କୁରମୁଣ୍ଡା ; ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ମା ବାସୁଳି ଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ଉଡା ପର୍ଵ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରସିଦ୍ଧ ଉଡା ପର୍ଵ ପାଇଁ ଚଳିତ ବର୍ଷ ୫୭ ଜଣ ଭକ୍ତା ଅଂଶ ଗ୍ରହଣ କରି ପିଠି ରେ କଣ୍ଟା ଫୋଡାଇ ଉଡା ଖୁଣ୍ଟ ଦଣ୍ଡା ରେ ଝୁଲି ଉଡ଼ିଥିଲେ।ଉଡା ପର୍ଵ ଦେଖି ବାକୁ ବିଭିନ୍ନ ସ୍ଥାନ ରୁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା।
ପ୍ରତି ବର୍ଷ ପରି ଚଳିତ ବର୍ଷ ଉଡା ପର୍ବ ନିମନ୍ତେ ପଣା ସଂକ୍ରାନ୍ତି ର ୧୧ ଦିନ ପୂର୍ବରୁ ମାନସିକ ପୂରଣ କାରୀ ମାନଙ୍କ ଦ୍ୱାରା ମା ଙ୍କ ପୀଠରେ ଭକ୍ତା ଦିଆ ଯାଇଥିଲା।ଯୋଗ ଦେଇଥିବା ଭକ୍ତା ମାନେ ବିଧିବିଧାନ ପାଳନ କରି ମନ୍ଦିର ରେ ରହି ବିଭିନ୍ନ ସ୍ଥାନ ରୁ ମନ୍ଦିର କୁ ଘଟ ଆଣିବା ସହିତ ମା ଙ୍କ ପଟି ଓ ଘଟ ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ।ସେମାନେ ଘର କୁ ଘର ଯାଇ ଭୋଗ ଖାଇଥିଲେ।ଏହା ପରେ ପଣା ସଂକ୍ରାନ୍ତି ର ପୂର୍ବ ଦିନ ରାତି ରେ ଦେହୁରୀ ଘରେ ସାଇତା ହୋଇ ରଖା ଯାଇଥିବା କଣ୍ଟା ପେଡି କୁ ପୂଜାର୍ଚ୍ଚନା କରି କଣ୍ଟା ପେଡି କୁ ମନ୍ଦିର ଭିତରକୁ ଦେହୁରୀଙ୍କ ଦ୍ଵାରା ଅଣାଯାଇଥିଲା।କଣ୍ଟା ପେଡି ମନ୍ଦିର କୁ ଆସିବା ପରେ ରାତିରେ ମନ୍ଦିର ରେ ଜାଗର ଯାତ୍ରା ଆରମ୍ଭ ହୋଇଥିଲା।ଏଥିରେ ଶହ ଶହ ମହିଳା ମନ୍ଦିର ସମ୍ମୁଖ ପଡିଆ ରେ ଦୀପ ଜାଳି ପୂଜା କରି ଥିଲେ।ପଣା ସଂକ୍ରାନ୍ତି ଦିନ ଜଙ୍ଗଲ ରୁ କାଠ ଖୁଣ୍ଟ ଓ ଦଣ୍ଡା ମନ୍ଦିର ସମ୍ମୁଖ ପଡିଆ କୁ ଅଣାଯାଇ ପ୍ରସ୍ତୁତ କରାଯିବା ପରେ ଖୁଣ୍ଟ ରେ ଦଣ୍ଡା କୁ ଯୋଡ଼ା ଯାଇ ପଡିଆ ରେ ଖୁଣ୍ଟ ପୋତା ଯାଇଥିଲା।ଉଡା ଖୁଣ୍ଟ ପୋତା ଯିବା ପରେ ଭକ୍ତା ମାନେ କଣ୍ଟା ଫୋଡଇବାକୁ କଣ୍ଟା ଫୋଡା ଶାଳ କୁ ଯାଇଥିଲେ।ସେଠାରେ ବିଧି ଅନୁଯାଇ ଦେହୁରୀ ପୂଜା କରିବା ପରେ ଜଣେ ପରେ ଜଣେ ଭକ୍ତା ଙ୍କ ପିଠିରେ ଦୌଡ଼ି ଲାଗିଥିବା ଅଙ୍କୁଶା କୃତି ଦୁଇଟି କଣ୍ଟାକୁ କଣ୍ଟା ଫୋଡା ଦେହୁରୀ ଭକ୍ତା ଙ୍କ ପିଠିରେ ଫୋଡାଈ ଥିଲେ। ସମସ୍ତ ଭକ୍ତା ଙ୍କୁ କଣ୍ଟା ଫୋଡା ଶେଷ ହେବା ପରେ ସମସ୍ତ ଭକ୍ତା ଏକ ସାଙ୍ଗରେ ଆସି ଉଡାଖୁଣ୍ଟ ନିକଟରେ ପହଞ୍ଚି ଥିଲେ।ସେଠାରେ ଜଣେ ପରେ ଜଣେ ଭକ୍ତା ଙ୍କୁ ପିଠି ରେ ଫୋଡା ଯାଇଥିବା ଦୁଇଟି କଣ୍ଟା ର ଦୌଡ଼ି କୁ ଉଡା ଖୁଣ୍ଟ ଦଣ୍ଡା ରେ ଝୁଲାଇ ଉଡା ଯାଇଥିଲା।ଭକ୍ତା ମାନେ ଉପରେ ଉଡୁଥିବା ବେଳେ ତଳେ ଥିବା ଲୋକ ଙ୍କ ଉପରକୁ ପିନ୍ଧିଥିବା ଫୁଲ କୁ ପକାଇ ଥିଲେ।ଭକ୍ତା ଉଡିବା କାର୍ଯ୍ୟକ୍ରମ ରାତି ପ୍ରାୟ ୨ ଟା ରୁ ଆରମ୍ଭ ହୋଇ ସକାଳେ ଶେଷ ହୋଇଥିଲା। ଉଡା ପର୍ବ ଦେଖିବାକୁ ମନ୍ଦିର ସମ୍ମୁଖ ଲୋକରଣ୍ୟ ହୋଇଯାଇଥିଲା।ଉଡା ପର୍ଵ ରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଉଡା ପର୍ବ ଶେଷ ହେବା ପରେ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶହ ଶହ ସଂଖ୍ୟାରେ ବୁଦା,କୁକୁଡ଼ା କୁ ଛେଦ ପକାଇବା କୁ ମାନସିକ ଧାରୀ ମାନେ ଆଣିଥିଲେ।କିନ୍ତୁ ମନ୍ଦିର ରେ ବଳି ପ୍ରଥା ବନ୍ଦ ଥିବାରୁ କେବଳ ପୂଜା କରାଯାଇ ଜୀବନ୍ତ ଫେରାଇ ଦିଆଯାଇଥିଲା।।