ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ଵ ରେ ଥିବା ଜଣେ ବୃଦ୍ଧ ଙ୍କୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳ ରେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଙ୍କ ମଧ୍ୟ ମୃତ୍ୟୁ ଘଟିଛି।ମୃତ୍ଯୁ ବରଣ କରିଥିବା ଏହି ଦୁଇ ଜଣ ହେଲେ ବାଇକ ଚାଳକ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ରାସ୍ତା କଡରେ ଥିବା ବୃଦ୍ଧ ରାଇପଦା ଗ୍ରାମର ଗିରିଧାରୀ କାର୍ଜି ବୋଲି ଜଣା ପଡ଼ିଛି।ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରୁଛି।
ପ୍ରକାଶ ଯେ ଠାକୁରମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମା ବାସୁଳି ଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ରାତିରେ ହୋଇଥିବା ଉଡା ପର୍ବ ଦେଖିବା କୁ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ତାର ଜଣେ ସାଙ୍ଗ ଏକ ବାଇକ ନମ୍ବର ଓଆର ୧୯ ସି ୭୦୧୬ ଯୋଗେ ଆସି ସକାଳେ ଘରକୁ ଫେରୁଥିଲେ। ରାଇପଦା- କେଲପୋଷୀ ଗ୍ରାମ ରାସ୍ତା କଡରେ ଥିବା ମହୁଲ ଗଛ ରୁ ପଡିଥିବା ମହୁଲ ଫୁଲ କୁ ରାଇପଦା ଗ୍ରାମର ଗିରିଧାରୀ କାର୍ଜି (୬୫) ସଂଗ୍ରହ କରୁଥିବା ବେଳେ ବାଇକ ତାଙ୍କୁ ଧକ୍କା ଦେଇଥିଲା।ବାଇକ ଧକ୍କା ରେ ଘଟଣା ସ୍ଥଳ ରେ ବୃଦ୍ଧ ସମେତ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିଲା।ବାଇକ ରେ ଥିବା ଭୀଷ୍ମ ମହାନ୍ତ ନାମକ ଜଣେ ଯୁବକ ଆହତ ହୋଇଥିବାର ଜଣାଯାଇଛି।।