ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆମ ଜୀବନ ଉପରେ ଖୁବ ପ୍ରଭାବ ପକାଇ ଥାଏ l କାରଣ ମଣିଷ ଜିବନର ନିଚ୍ଛକ ସତ୍ୟକୁ ନେଇ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଧାରିତ l ଆଚାର୍ଯ୍ୟ ଚାଣକ୍ୟ ଅର୍ଥନୀତି, କୂଟନୀତି ଓ ରାଜନୀତି ରେ ବିଶ୍ୱ ବିଖ୍ୟାତ ଥିଲେ l ଯାହା ସମସ୍ତଙ୍କ ପାଇଁ ପ୍ରରଣା ଦାୟୀ l ଏହା କଠିନ ହୋଇଥିଲେ ମଧ୍ୟ ଏହାକୁ ଆପଣାଇ ଜୀବନର କିଛିଟା ସମସ୍ୟାର ସମାଧାନ ହୋଇ ଯାଇଥାଏ l
ଚାଣକ୍ୟ କହିଛନ୍ତି ମଣିଷର ପ୍ରେମ ସମ୍ବନ୍ଧରେ ଫାଟ କିଛିଟା ବିଶେଷ କାରଣରୁ ଦେଖା ଯାଇଥାଏ l ଆସନ୍ତୁ ଜାଣିବା ସେହି କାରଣ ଗୁଡିକ କଣ –
* ସମ୍ମାନ –
ପ୍ରତିଟି ମଣିଷ ସମ୍ମାନ ଚାହିଁ ଥାଏ ଯେତେବେଳେ ମଣିଷର ସମ୍ମାନ କୁ ଧକା ଲାଗିଥାଏ ସେ ଭିତରୁ ଭାଙ୍ଗି ପଡିଥାଏ ଓ ନିଜକୁ ଦୁର୍ବଳ ମନେ କରିଥାଏ l ଯେତେବେଳେ ଆଦର ଓ ସମ୍ମାନ ରେ କମି ଆସିଥାଏ ସେତେବେଳେ ଯେ କୌଣସି ସମ୍ପର୍କ ଦୁର୍ବଳ ହୋଇ ଯାଇଥାଏ l ତେଣୁ ସେ ଯେଉଁ ସମ୍ପର୍କ ହେଉ ନା କାହିଁକି ଆଦର ସମ୍ମାନ ନିହାତି ରଖିବା ଉଚିତ l
* ଅହଂକାର –
ଚାଣକ୍ୟ କହିଛନ୍ତି ପ୍ରେମ ସମ୍ବନ୍ଧ ରେ ଅହଂକାର ର ସ୍ଥାନ ନାହିଁ l ଯେତେବେଳେ ପ୍ରେମ ରେ ଅହଂକାର ଆସିଥାଏ ସେତେବେଳେ ସମ୍ପର୍କ ର ମହତ୍ୱ କିଛି ରହି ନଥାଏ l ତେଣୁ ତାହା ସ୍ୱାମୀ ସ୍ତ୍ରୀ ସମ୍ପର୍କ, ବନ୍ଧୁ ବନ୍ଧୁ ସମ୍ପର୍କ, ମାଲିକ ଚାକର ସମ୍ପର୍କ ଯେଉଁ ସମ୍ପର୍କ ହେଉନା କାହିଁକି ଅହଂକାର ରଖି ଆଗକୁ ବଢିବା ଉଚିତ ନୁହେଁ l
* ସ୍ୱାଧୀନତା ହରାଇବା ଉଚିତ ନୁହେଁ –
ଦୁନିଆର ଯେ କୌଣସି ସମ୍ପର୍କ ହୋଇଥାଉ ପଛକେ ସେଥିରେ ସ୍ୱାଧୀନତା ନିହାତି ରହିବା ଉଚିତ l କୁହାଯାଏ ଯେ ଯଦି କୌଣସି ସମ୍ପର୍କ କୁ ଅଧିକ ବାନ୍ଧି ରଖାଯାଏ ତେବେ ତାହା ଅଣନିଶ୍ୱାସୀ ଲାଗିଥାଏ ଓ ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ l
* ସନ୍ଦେହ –
ଚାଣକ୍ୟ କହିଛନ୍ତି ସନ୍ଦେହ ସମ୍ପର୍କ କୁ ଦୁର୍ବଳ କରି ଦେଇଥାଏ l ସନ୍ଦେହ ର ସାମାନ୍ୟ ଝଲକ ସମ୍ପର୍କ କୁ ଧ୍ବଂସ କରି ଦେଇଥାଏ l ତେଣୁ ସନ୍ଦେହ ନକରି ମନର ଭାବ ପ୍ରକାଶ କରିବା ଉଚିତ ଓ ସତ୍ୟତା ଜାଣିବା ଆବଶ୍ୟକ l