ନୂଆଦିଲ୍ଲୀ : ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ର ସବୁଠୁ ବଡ ଯାନୀ ଦୁସ୍ମନ ଅଲି ବୁଦେଶ ର ମୃତ୍ୟୁ ହୋଇ ଯାଇଛି l ଦାଉଦ ଭଳି ଅଲି ବୁଦେଶ ମଧ୍ୟ ଅଣ୍ଡର ୱାର୍ଲଡ ଡନ ଥିଲା l ମୁମ୍ବାଇ ରେ ଜନ୍ମ ଗ୍ରହଣ କରି ବଡ ହୋଇଥିବା ଅଲି ବୁଦେଶ ବାହାରିନ ରେ ରହୁଥିଲା l ସେ ଦୀର୍ଘ ସମୟ ଧରି ରୋଗରେ ପଡିଥିଲା l ତାକୁ ଗୋଟିଏ ମାସ ପୂର୍ବରୁ ବାହାରିନ ର ଆର୍ମି ଡାକ୍ତର ଖାନାରେ ଭର୍ତି କରାଯାଇ ଥିଲା l ଯେଉଁଠାରେ ତାର ଗୁରୁବାର ଦିନ ମୃତ୍ୟୁ ହୋଇ ଯାଇଥିଲା l
ଅଲି ବୁଦେଶ ମୁମ୍ବାଇ ରେ ରହୁଥିଲା, ତାର ମା ଭାରତୀୟ ଓ ପିତା ଆରବୀ ଥିଲେ l ତେଣୁ ସେ ନିଜକୁ ଆରବୀୟନ ବୋଲି କହୁଥିଲା l ଅଲି ବୁଦେଶ ଓ ଦାଉଦ ଇବ୍ରାହିମ କେବେ ଭଲ ସାଙ୍ଗ ଥିଲେ, କିନ୍ତୁ ପରେ ଏମାନଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା l ତେଣୁ ଅଲି ବୁଦେଶ ଦାଉଦ କୁ ହତ୍ୟା କରି ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲା l
୨୦୧୦ ରେ ଅଲି ବୁଦେଶ ର ଗୋଟିଏ ଅଡିଓ ଟେପ ଭାରତକୁ ମିଳିଥିଲା l ଏହି ଅଡିଓ ରେ ଅଲି କହିଥିଲା ଦାଉଦ ର ଗୋଟିଏ ଟ୍ରେଡ଼ମାର୍କ ଷ୍ଟାଇଲ୍ ରହିଛି l ସେ ଗୋଟିଏ ହାତରେ ଆପଣଙ୍କ ଭରସା ଜିତିବ ଓ ଅନ୍ୟ ହାତରେ ଗୁଳି ମାରିଦେବ l ସରଳ ଭାଷାରେ ଦାଉଦ ଗୋଟିଏ ଶିକାର ଅଟେ ମୋର l
ଆଗକୁ ଏହି ଅଡିଓ ଟେପ ରେ ଅଲି କହିଛି ଯେ ‘ ଦାଉଦ ମତେ କହିଥିଲା ଯେ ବର୍ତମାନ ପର୍ଯ୍ୟନ୍ତ ମୁଁ ତୋର ଭାଇ ଥିଲି, ଯେଉଁଦିନ ତୋ ପାଇଁ ଦାଉଦ ଇବ୍ରାହିମ ହୋଇଯିବି ସେହିଦିନ ତୁ ବୁଝି ପାରିବୁ l ସେହିଦିନ ମୁଁ ମଧ୍ୟ କହିଥିଲି ଯେ ଯେଉଁ ଦିନ ମୁଁ ଅରିଜିନାଲ ଅଲି ବୁଦେଶ ହୋଇଯିବି ତୋ ପାଇଁ ତୁ କାଂଦିବୁ l
୧୯୫୭ ରେ ରେ ଅଲି ମୁମ୍ବାଇ ରେ ରହୁଥିଲା l ଏହିଠାରୁ ସେ ପକେଟ ମାର ଭଳି ଛୋଟ ଛୋଟ ଅପରାଧ କରିବା ଆରମ୍ଭ କରିଥିଲା l ଦାଉଦ ସହିତ ତାର ସାକ୍ଷାତ ଖୁବ ନାଟକୀୟ ଢଙ୍ଗରେ ହୋଇଥିଲା l ଅଲି ବିକାରୋଲି ରେ ପଙ୍ଖ ଶାହା ବାବା ଙ୍କ ଦରଘା ନିକଟରେ ଗୋଟିଏ ବସ୍ତିରେ ରହୁଥିଲା l ଗୋଟିଏ ଦିନ ପୋଲିସ ଦାଉଦ ଗ୍ୟାଙ୍ଗ ର ସମସ୍ତଙ୍କୁ ଧରୁ ଥିଲେ l ପୋଲିସ ପାଖରୁ ରକ୍ଷା ପାଇବା ପାଇଁ ଦାଉଦ ବୁଦେଶ ର ବସ୍ତିରେ ଥିବା କୁଡିଆକୁ ଆସିଥିଲା l ବୁଦେଶ ତାକୁ ଲୁଚିବାକୁ ଜାଗା ଦେଇଥିଲା l ଏହି ସାହାଯ୍ୟର ଫଳ ସ୍ୱରୂପ ବୁଦେଶ କୁ ଦୁବାଇ ଯିବାର ସୁଯୋଗ ମିଳିଲା ଓ ଦାଉଦ ସହିତ ସାକ୍ଷାତ କରିଥିଲା l
ଏହାପରେ ଅଲି ଦାଉଦ ର ଡି କମ୍ପାନୀ ସହିତ ସାମିଲ ହୋଇଥିଲା l ଦାଉଦ ସହିତ ମିଶି ସେ ରଙ୍ଗଦରୀ ମଧ୍ୟ କରିଥିଲା l ଏହି କାରଣରୁ ଉଭୟଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ଉଭୟଙ୍କର ଶତ୍ରୁ ହୋଇ ଯାଇଥିଲେ l ଘଟଣାଟି ଘଟିଥିଲା ଏହିପରି ସେହି ସମୟ ରେ ମୁମ୍ବାଇ ର ଗୋଟିଏ ବିଲ୍ଡର ନଟବର ଲାଲ ଦେଶାଇ ଙ୍କ ସହିତ ଗୋଟିଏ ପ୍ରପର୍ଟି ଡୀଲ କରିବାକୁ ଯାଉ ଥିଲେ l ଅଲି ଓ ୟୁପି ରେ ରହୁଥିବା ଡ଼ନ ସୁଭାଷ ସିଂ ଠାକୁର ଏହି ଡୀଲ ପାଇଁ ଦେଶାଇ କୁ ପଇସା ମାଗିଥିଲେ l ଦେଶାଇ ର ଡି କମ୍ପାନୀ ସହିତ କନେକ୍ସନ ରହିଥିଲା l ଏହାପରେ ଦେଶାଇ ଦାଉଦ କୁ ଏହି ବିଷୟରେ ଜଣାଇ ଥିଲା l ଏହାକୁ ଶୁଣି ଦାଉଦ ଅଲି କୁ ଫୋନ ରେ ଧମକ ଦେଇଥିଲା ଓ ଦେଶାଇ ନିକଟରୁ ଦୁରେଇ ରହିବାକୁ କହିଥିଲା l
ଉକ୍ତ ଅଡିଓ ଟେପ ରେ ଅଲି ମଧ୍ୟ ସେହି ବିଷୟରେ କହିଥିଲା l ଦାଉଦ ନିକଟରୁ ଧମକ ପୁର୍ଣ ଫୋନ ପାଇବା ପରେ ବୁଦେଶ ଓ ଠାକୁର କଥିତ ଭାବରେ ଦେଶାଇ କୁ ହତ୍ୟା କରିଦେଲେ l ଏହାପରେ ଉଭୟଙ୍କ ସମ୍ପର୍କ ଆହୁରି ବିଗିଡି ଯାଇଥିଲା l ଏହାପରେ ଅଲି ବାହାରିନ ଚାଲି ଯାଇଥିଲା ଓ ସେଠାରୁ ଦାଉଦ ଗ୍ୟାଙ୍ଗ କୁ ବିନାଶ କରିବାର ଷଡଯନ୍ତ୍ର କରିଥିଲା l
ଦାଉଦ ର ସବୁଠୁ ଅଧିକ ଧନ୍ଦା ନେପାଳରୁ ଚାଲୁ ଥିଲା l ଅଲି ସେଠାରେ ରହି ଦାଉଦ ଗ୍ୟାଙ୍ଗ ର ଷ୍ଟଡି କଲା ଓ ଏହାପରେ ବବ୍ଲୁ ଶ୍ରୀବାସ୍ତବ ସହିତ ହାତ ମିଳାଇଲା l ଉଭୟ ମିଶି ଦାଉଦ ର ନିକଟତର ଜମିମ ର କାଠମଣ୍ଡୁରେ ହତ୍ୟା କରିଦେଲେ l ଜମିମ ଦାଉଦ ର ନକଲି ନୋଟ କାମ ସମ୍ଭାଳୁ ଥିଲା l ନେପାଳ ପୋଲିସ ବବ୍ଲୁ କୁ ଜମିମ ହତ୍ୟା ର ଆରୋପି ଘୋଷିତ କଲା l
ଜମିମ ର ହତ୍ୟା ପରେ ବୁଦେଶ ଡି କମ୍ପାନୀ ର ମାଜୀଦ ମାନିହାର ଓ ପରବେଜ ଙ୍କୁ ହତ୍ୟା କରିବାର ଦାବି କରିଥିଲା l ଏହି ହତ୍ୟାର ଉଦେଶ୍ୟ ଡି କମ୍ପାନୀ କୁ ଦୁର୍ବଳ କରିବା ଥିଲା l ଏହାପରେ ଅଲି ବୁଦେଶ ପଇସା ପାଇଁ ବଲିଉଡ ସହିତ ଯୋଡି ହୋଇଥିବା ଲୋକଙ୍କୁ ଧମକାଇବା ଆରମ୍ଭ କରିଥିଲା l ଏଥିରେ ମୁକେଶ ଭଟ , ବୋନି କପୁର ଓ ରାକେଶ ରୋଶନ ଙ୍କ ଭଳି ନାମିଦାମୀ ଡ଼ାଇରେକ୍ଟର ଥିଲେ l ରାକେଶ ରୋଶନ ଙ୍କ ଉପରେ ବୁଦେଶ ଗ୍ୟାଙ୍ଗ ଆକ୍ରମଣ ମଧ୍ୟ କରିଥିଲେ l
୨୦୦୦ ମସିହାରେ କହୋନା ପ୍ୟାର ହେ ହିଟ ହେବାପରେ ଅଲି ବୁଦେଶ ଏହାର ପ୍ରଫିଟ ରାକେଶ ଙ୍କୁ ସେୟାର କରିବାକୁ କହିଥିଲା l ସେ କିନ୍ତୁ ମନା କରି ଦେଇଥିଲେ l ଏହାପରେ ରାକେଶ ଙ୍କୁ ତାଙ୍କ ସନ୍ତାକୃଜ ସ୍ତିତ ଅଫିସ ରେ ୨ଟି ଗୁଳି ମରାଯାଇ ଥିଲା l ଗୋଟିଏ ଗୁଲୁ ତାଙ୍କ ହାତ ରେ ଅନ୍ୟଟି ଛାତିରେ ବାଜି ଥିଲା l ଗୁଳି ମାରି ଆକ୍ରମଣ କାରି ସେଠାରୁ ଚାଲି ଯାଇଥିଲେ l ପରେ ଏହି ଦୁଇ ଆକ୍ରମଣ କରି ସୁନୀଲ ବିଠଲ ଓ ସଚିନ କମ୍ବଲେ ବୋଲି ଜଣା ପଡିଥିଲା l ଏହି ଆକ୍ରମଣ ଏଥିପାଇଁ କରାଯାଇଥିଲା ଯେ ତାଙ୍କୁ ଡରାଇ ଜଣେଇବାକୁ ଚାହୁଁ ଥିଲେ ଶିବସେନା ତାଙ୍କୁ ବଞ୍ଚାଇ ପାରିବ ନାହିଁ l