Odisha news

ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଆରୋଗ୍ୟ ଦିବସ ପାଳିତ

0

ରଣପୁର… ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗୁରୁବାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଦିବସ ପାଳନ କରାଯାଇଛି ଏହି ଦିବସ କୁ ଅଜାଦି ର ଅମୃତ ମହୋତ୍ସବ କୁହା ଯାଉଥିବା ବେଳେ ଏହି ଦିବସ କୁ ସ୍ୱାସ୍ଥ୍ୟ ଆରୋଗ୍ୟ ଦିବସ ରୂପେ ପାଳନ କରାଯାଉଛି ଏହି ଅବସରରେ ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦୀପ୍ତିମୟୀ ଭୋଳା ଗୀତାଞ୍ଜଳି ପଟ୍ଟନାୟକ ଫାର୍ମାସିଟି ଦିଲୀପ କୁମାର ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୁପମା ଦେବି ଏବଂ ଯୋଗଗୁରୁ ପାର୍ଥ ସାରଥୀ ମିଶ୍ର  ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ  ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଉ ଥିବା ବେଳେ ଏହି ଦିବସ ରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପଲବ୍ଧ ଥିବା ସମସ୍ତ ସେବା ଯଥା ଗର୍ଭଅବସ୍ଥା ପ୍ରସବକାଳୀନ ଯତ୍ନ୍ନଣ  ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଦାନ୍ତ କାନ ନାକ ଗଳା ଆଦିର ପ୍ରାଥମିକ ଯତ୍ନ ଆଇଶୁ ବିଭାଗ ଟେଲି ମେଡ଼ିସିନ ଓ ସମସ୍ତ ପରୀକ୍ଷା ଗାର ର ବ୍ୟବସ୍ଥା ଇତ୍ୟାଦି ସବୁ  ସେବା  ଯୋଗାଇ ଦିଆଯାଉଥିବା ବେଳେ ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର  ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଭୋଳା ସମସ୍ତ ଷ୍ଟାଫ ସାହାଯ୍ୟ ସହଯୋଗ କରିବା ପାଇଁ ସାଧୁବାଦ ଜଣାଇଥିଲେ

Leave A Reply