ଘଟଗାଁ,-କେନ୍ଦୁଝର ଆରାଧ୍ୟ ଦେବୀ ମା ତାରୀଣୀଙ୍କ ଘଟଗାଁ ପିଠରେ ମହା ବିଷୁବ ପଣା ସଂଙ୍କ୍ରାନ୍ତିକୁ ମା ଙ୍କ ବାର୍ଷିକ ଉତ୍ସବ ଭାବେ ମହା ଆଡମ୍ବରରେ ପାଳିତ ହେଉଛି . ଆଜି ମାଙ୍କ ୮୬ ତମ ବାର୍ଷିକ ଉତ୍ସବ ତଥା ଓଡିଆ ନବ ବର୍ଷରେ ମାଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା . ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ଓ ପାଇଁ ଜିଲ୍ଲା ପ୍ରଶାନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁବନ୍ଦବୋସ୍ତ କରାଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି . ଏଥି ସହ ଭକ୍ତଙ୍କ ପାଇଁ ମନ୍ଦିରରେ ଭୋଗ ଓ ପଣା ସହ କ୍ଲାନ୍ତି ଦୁର ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞନର ଖୁରାକ ପାଲଟିଥିଲା। ମହା ବିଷୁବ ପଣା ସଂଙ୍କ୍ରାନ୍ତି ପାଇଁ ଜଗତ ଜନନୀ ମା’ ତାରିଣୀଙ୍କ ପିଠ ଉତ୍ସବ ମୂଖର ହୋଇପଡିଥିଲା ଘଟଗାଁ । ୧୯୩୭ ମସିହାରୁ ମହା ଆଡମ୍ବରରେ ମାଙ୍କ ବାର୍ଷିତ ଉତ୍ସବ ଭାବେ ପାଳିତ ହୋଇ ଆସିଥିବା ଏହି ଉତ୍ସବ ୮୬ ବର୍ଷରେ ପହଁଚିଛି । ଏହି ଅବସରରେ ଆଜି ଭୋର ୨ଟାରୁ ମାଙ୍କ ମାଜଣା ପରେ ସ୍ନାନ ସମାପନ ହୋଇଥିଲା ।
ଧୁପ ଦୀପ ନୈବଦ୍ୟ ସହ ଶଂଙ୍ଖ ଙ୍ଘଣ୍ଟ ସବ୍ଧରେ ମାଙ୍କ ମଙ୍ଗଳ ଆଳତୀ ସହ ମା’ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସକାଳ ୪ଘଟିକାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ଓଡିଆ ନବ ବର୍ଷରେ ମାଙ୍କ ଦର୍ଶନ ପାଇଁ ସକାଳ ପହରରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ମାଙ୍କ ପିଠରେ ଲାଗି ରହିଥିଲା ।ଏହି ଦିନରେ ମାଙ୍କ ଦର୍ଶନ କଲେ ବର୍ଷ ତାମାମ ମାଙ୍କ କୃପା ରହିଥିବା ବିଶ୍ବାସ ରହିଛି। କରୋନା କଟକଣା ପାଇଁ ଦୁଇବର୍ଷ ପରେ ଚଳିତ ବର୍ଷ ବେସ ଆଡ଼ମ୍ବର ସହିତ ପାଳନ ହୋଇଛି। ତେବେ ଚଳିତ ବର୍ଷ ବିଶେଷ ଆକର୍ଷଣ ଥିଲା ମା’ଙ୍କ ମନ୍ଦିର ପରିସରରେ ଫୁଲ ସାଜଶଯ୍ୟା କଟକର ଜଣେ ବୈଦାନ୍ୟ ବ୍ୟକ୍ତି ମହେନ୍ଦ୍ର ସ୍ୱାଇଁ ଦ୍ୱାରା ମନ୍ଦିର ପରିସରରେ ହୋଇଥିବା ଫୁଲ ଶଯ୍ୟା ବେସ ଚିତ୍କାକର୍ସକ ହୋଇଥିବା ବେଳେ ଭକ୍ତଙ୍କୁ ବେସ ଆକର୍ଷିତ କରିଥିଲା ।
ପ୍ରବଳ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିଲା । ଶୃଙ୍ଖଳା ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ ଫୋର୍ସ ସହ ୨୦ରୁ ଉର୍ଦ୍ଧ୍ବ ଜଣ ଅଫିସର, ୫୦୦ରୁ ଉର୍ଧ ସ୍ବଛାସେବି ନିୟଜିତ ହୋଇଥିଲେ। ଏଥି ସହ ମାଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡି ବ୍ୟବସ୍ଥା ହୋଇଥିବା ବେଳେ ଭୋଗ ଲଗାଇବା ପାଇଁ ୭ଟି ଧାଡି ଓ ଦର୍ଶନ ପାଇଁ ୨ଟି ଧାଡ଼ିର ବ୍ୟବସ୍ଥା ହୋଇଥିଲା । ପ୍ରବଳ ଖରାର ପ୍ରତିକାର ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ପାଲା ମଣ୍ଡପକୁ ତାରପିନ ଛାଉଣି କରାଯିବା ସହ ପାଣ ସିଞ୍ଚନ ବ୍ୟବସ୍ଥା କାରଯିଥିଲା । ଜରିରୀ କାଳିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅଶୁଘାତ ଶୀବିର ସ୍ଥାପନ ସହ ଅଗ୍ନୀଶମ ବିଭାଗ ସଜାଗ ହୋଇ ରହିଥିଲେ ।ତେବେ ଖରାରେ ଭକ୍ତଙ୍କୁ ମନ୍ଦିର ପକ୍ଷରୁ ପଣା ଆସ୍ବସ୍ତି ଦେଇଥିବା ବେଳେ ବଦାନ୍ୟ ବକ୍ତିଙ୍କ ଦ୍ବାରା ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା . ଏଥି ସହ ମାଙ୍କ ସାଂସ୍କୃତିକ ମଞ୍ଚରେ ସକାଳୁ ସନ୍ଧ୍ୟ ପର୍ଯ୍ୟନ୍ତ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ଶ୍ରଧାଳୁଙ୍କୁ ବିମୋହିତ କରିଥିଲା.