କୁହାଯାଏ ଯେ ଜୀବଜନ୍ତୁ ଙ୍କୁ ଘରେ ପାଳିବା ଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ l ଯାହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l କିନ୍ତୁ ଏପରି କିଛି ଜୀବଜନ୍ତୁ ରହି ଥାଆନ୍ତି ଯାହାଙ୍କୁ ପାଳିବା ଖୁବ ଶୁଭ ଅଟେ l କାହିଁକି ନା ମଣିଷ ପଛକେ ସ୍ୱାର୍ଥପର ହୋଇପାରେ କିନ୍ତୁ ଜୀବଜନ୍ତୁ ଖୁବ ବଫାଦର ଅଟନ୍ତି l ବସ୍ତୁ ଶାସ୍ତ୍ର ରେ ଘରେ ଜୀବଜନ୍ତୁଙ୍କୁ ପାଳନ କରିବା ଫଳପ୍ରଦ ବୋଲି କୁହାଯାଇଛି l ଆମେମାନେ ପ୍ରାୟ ଗାଈ, କୁକୁର, ବିଲେଇ, ଚଢେଇ ଇତ୍ୟାଦି ପାଳିବା ଦେଖିଥାଉ କିନ୍ତୁ ଏପରି କିଛି ଜୀବଜନ୍ତୁ ରହିଛନ୍ତି ଯାହାଙ୍କୁ ପାଳିବା ଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତ ହୋଇଥାଏ l
* ମାଛ –
ଜିଅନ୍ତା ମାଛକୁ ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ଆସିଥାଏ l କୁହାଯାଏ ଯେ ଯେଉଁ ଘରେ ଗୋଲଡେନ ମାଛ ରହିଥାଏ ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ l ଯଦି ଆପଣ ନିଜ ଘରେ ମାଛ ର ଆକୁଆରିୟମ ରଖିଛନ୍ତି ତେବେ ଏହାକୁ ଉତ୍ତର ପୂର୍ବ ଦିଗ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ l କାରଣ ଏହି ଦିଗ ନକାରାତ୍ମକ ଉର୍ଜା କୁ ଦୂର କରିଥାଏ l
* କୁକୁର –
ଘରେ ପ୍ରାୟ ସମସ୍ତେ କୁକୁରକୁ ଗୋଟିଏ ପୋଷା ଜୀବଜନ୍ତୁ ଭାବରେ ରଖିବାକୁ ଭଲ ପାଇ ଥାଆନ୍ତି l ମାନ୍ୟତା ଅନୁସାରେ କୁକୁର ଭଗବାନ କାଳଭୈରବ ଙ୍କ ସେବକ ଭାବରେ ଗ୍ରହଣ କରାଯାଇ ଥାଏ l କୁହାଯାଏ ଯେ କୁକୁର ପାଳିବା ଦ୍ୱାରା ଘରକୁ ମହାଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ l
* ଠେକୁଆ –
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଠେକୁଆ ରଖିବା ନକରତ୍ମକ ଶକ୍ତି ଦୁରେଇ ଥାଏ l ଘର ସକାରାତ୍ମକ ଶକ୍ତିରେ ଭରି ଯାଇଥାଏ l ଘରର ସୁଖ ସମୃଦ୍ଧି ଓ ସୁଖୀ ଜୀବନ ପାଇଁ ଠେକୁଆ ପାଳିବା ଖୁବ ଶୁଭ ଅଟେ l