Odisha news

ଆୟୁର୍ବେଦ ରେ ପାନମଧୁରୀ ଓ ମହୁ ଏହିସବୁ ରୋଗ ପାଇଁ ଅଟେ ରାମବାଣ

0
ଭାରତୀୟ ଆୟୁର୍ବେଦ ହେଉଛି ପୁରାତନ ଚିକିତ୍ସା ପଦ୍ଧତି । ଯାହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ୍ ଉପଯୋଗୀ ଅଟେ । ତେଣୁ ଏହି ଚିକିତ୍ସା ପଦ୍ଧତି ବିଶ୍ଵ ବିଦିତ ଅଟେ । ପୂର୍ବ କାଳରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ଵାରା ମଣିଷ ମାନେ ଚିକିତ୍ସିତ ହେଉ ଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛିଟା ରୋଗ ରହିଛି ଯାହାକୁ କେବଳ ପାନମଧୁରୀ ଓ ମହୁ ଦ୍ଵାରା ଚିକିତ୍ସିତ କରାଯାଇ ଥାଏ।
* ଓଜନ କମାଇବରେ ସାହାଯ୍ୟ କରିଥାଏ –
ଆଜିକାଲି ର ଜୀବନ ଶୈଳୀ ମଣିଷ କୁ ରୋଗରେ ପକାଉଛି ଓ ସବୁଠୁ ବଡ଼ ରୋଗ ହେଉଛି ମୋଟାପଣ। ମୋଟପଣ ଦୂର କରିବା ପାଇଁ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ୍ ପାନମଧୁରୀ ଗୁଣ୍ଡ କୁ ମହୁ ସହିତ ମିଶାଇ ଉଷୁମ୍ ପାଣି ରେ ସେବନ କରନ୍ତୁ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।
* ଥଣ୍ଡା କାଶ ସମସ୍ୟା ଦୂର ହୋଇଥାଏ –
କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ୧୨ ମାସ ପର୍ଯ୍ୟନ୍ତ ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି । ଥଣ୍ଡା କାଶ ଓ କଫ ସମସ୍ୟା କୁ ଠିକ୍ କରିବା ପାଇଁ ଆପଣ ନିୟମିତ ଗୋଟିଏ ଚାମଚ୍ ମହୁ କୁ ଉଷୁମ୍ କରି ସେଥିରେ ଗୋଟିଏ ଚାମଚ୍ ପାନମଧୁରୀ ଗୁଣ୍ଡ ମିଶାଇ ସେବନ କରନ୍ତୁ । ନିୟମିତ ଏପରି କରିବା ଦ୍ବାରା ଥଣ୍ଡା କାଶ କଫ ସମସ୍ୟା ଦୂର ହୋଇଯିବ ।
* ପାଚନ ତନ୍ତ୍ର ପାଇଁ ଲାଭ ଦାୟକ –
ଶରୀର ସୁସ୍ଥ ରହିବା ପାଇଁ ପାଚନ ତନ୍ତ୍ର ଖୁବ୍ ସୁଦୃଢ଼ କରିବା ଉଚିତ୍ । ଯେଉଁ ବ୍ୟକ୍ତି ଗ୍ୟାସ୍ ଏସିଡ଼ିଟି ସମସ୍ୟା ରେ ଗତି କରୁଛନ୍ତି ସେମାନେ ନିୟମିତ ଭାବରେ ପାନମଧୁରୀ ଓ ମହୁ ସେବନ କରନ୍ତୁ। ସକାଳେ ଓ ରାତିରେ ଖାଇ ସାରିବା ପରେ ଏହି ଉପାୟ କୁ କରନ୍ତୁ ।
* ରକ୍ତ ସଫା କରି ସ୍କିନ୍ କୁ ସୁସ୍ଥ ରଖିଥାଏ –
ପାନମଧୁରୀ ଓ ମହୁ ରେ ଥିବା ପୋଷାକ ତତ୍ତ୍ଵ ଉଭୟ ତ୍ଵଚା ଓ ରକ୍ତ କୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ସ୍କୀନ ସୁସ୍ଥ ରହିଥାଏ ।
Leave A Reply