ଦଶପଲ୍ଲା : ମଙ୍ଗଳ ବାର ଦିନ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଦଶପଲ୍ଲା ଗ୍ରସ୍ତରେ ଆସି ଦଶପଲ୍ଲା ଏନ ଏ ସି ମଧ୍ୟରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଦଶପଲ୍ଲା ରେ ନିର୍ମାଣ ଧୀନ ଥିବା ପାର୍କ,ଆଦର୍ଶ ବିଦ୍ୟାଳୟ ,ମିନି ଷ୍ଟାଡିୟମ ବୁଲି ଦେଖିବା ସହ ସ୍ଥାୟୀ ବସ ଷ୍ଟାଣ୍ଡ, ଓ ମଡେଲ ସ୍ମଶାନ ପାଇଁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ ।
ଏହି ସମୟ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ,ପାଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ , ତହସିଲଦାର ଅର୍ଜୁନ ପ୍ରଧାନ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କର,ବିଡ଼ିଓ ବିଶ୍ୱରଂଜନ ବିଶ୍ୱାସ ଙ୍କ ସମେତ କ୍ଷେତ୍ର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ । ପରେ ଦଶପଲ୍ଲା ଏନ ଏ ସି କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।