Odisha news

ସ୍ପେଶାଲ ସ୍କାର୍ଡ ଓ ବଡଚଣା ପୋଲିସର ମିଳିତ ଚଢ଼ାଉ : ବନ୍ଦାଳ ଛକରୁ ବିପୁଳ ପରିମାଣର ଚୋରା ଲୁହାପଥର ସହ ୧୦ ଚକିଆ ଟ୍ରକ ଜବତ

0
ଚଣ୍ଡିଖୋଲ  : ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବନ୍ଦାଳୋ ଛକରୁ ବୁଧବାର ଦିନ ପୋଲିସ ବିପୁଳ ପରିମାଣର ଚୋରା ଲୁହାପଥର ଜବତ କରିଛି! ଯାଜପୁର ଏସ୍ ପି ରାହୁଲ ପି ଆରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କାର୍ଡ ଓ ବଡଚଣା ପୋଲିସର ମିଳିତ ଚଢ଼ାଉ ଦ୍ବାର ଏହି ଚୋରା ଲୁହାପଥର ଜବତ ହୋଇଛି। ଦୀର୍ଘ ଦିନ ଧରି ବନ୍ଦାଳୋ ଛକର ହାଟକରନ୍ଦା ଗ୍ରାମ ରାସ୍ତା କଡରେ ଚୋରା ଲୁହାପଥର ଗଚ୍ଛିତ ରଖି ମାଫିଆମାନେ ତାହାକୁ ବାହାରକୁ ଚୋରା ଚାଲାଣ କରୁଥିଲେ! ଏହି ଖବର ଜିଲ୍ଲା ପୁଲିସ ଜାଣିବାକୁ ପାଇବାପରେ ଏକ ସ୍ପେଶାଲ ସ୍କାର୍ଡ ଦ୍ୱାରା ଚଢ଼ାଉ କରିବାକୁ ଏସ ପି ନିର୍ଦ୍ଦେଶ ଦେଇଥିଲେ!   ବଡଚଣା ଥାନା ପୋଲିସ ସହଯୋଗରେ ବୁଧବାର ଦିନ ଅଚାନକ ଘଟଣା ସ୍ଥଳରେ ଚଢ଼ାଉ ହୋଇଥିଲା ।
ଚଢ଼ାଉ ପରେ ସେଠାରୁ ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହେବା ସହିତ ଏଠାକୁ  ଅନଲୋଡ ପାଇଁ ଆସିଥିବା ଏକ ଚୋରା ଲୁହାପଥର ବୋଝେଇ ୧୦ ଚକିଆ ଟ୍ରକ୍କକୁ ପୋଲିସ ଜବତ କରିବା ସହ ସେହି ଗାଡିର ଚାଳକକୁ ଗିରଫ କରିବାକୁ ସଖ୍ୟମ ହୋଇଥିଲା! ଏହି ଚୋରା କାରବାରରେ ସ୍ଥାନୀୟ ଗ୍ରାମର କିଛି ଯୁବକ ସାମିଲ ଥିବା ପୁଲିସ ସନ୍ଦେହ କରିଛି।ସେଠାରୁ ପୋଲିସ ପ୍ରାୟ ଶହେଟନରୁ ଉର୍ଦ୍ଧ୍ବ ଚୋରା ଲୁହାପଥର ଜବତ କରିଛି! ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଜେନାପୁର ଥାନା ଅଞ୍ଚଳରୁ ଜବତ ହୋଇଥିବା ଚୋରା ଲୁହାପଥର କାରବାର ସହିତ ଜଡିତ ଚୋରମାନେ ଏହି କାରବାର ସହ ଜଡିତ ବୋଲି ଜଣାପଡିଛି! ଗତକାଲି ଜେନାପୁର ପୋଲିସ ଦ୍ୱାରା ଗିରଫ ଲୁହାପଥର ଚୋର ସେକ ମନାନକୁ ଜେରା ବେଳେ ପୋଲିସ ପାଇଥିବା ତଥ୍ୟକୁ ଆଧାକରି ଆଜିର ଚଢ଼ାଉ କରୀଥିବା ଜଣାପଡିଛି!
Leave A Reply