Odisha news

ଚଳିତ ଥର ହନୁମାନ ଜୟନ୍ତୀରେ ରାଶି ଅନୁସାରେ ଉପାୟ କରି ସମସ୍ତ ସମସ୍ୟାରୁ ଦୂରେଇ ରୁହନ୍ତୁ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ରମାସ ଶୁକ୍ଲପକ୍ଷ ପୁର୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳିତ ହୋଇଥାଏ l ଚଳିତ ବର୍ଷ ଏହା ଅପ୍ରେଲ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ l ବିଷ୍ନୁ ଙ୍କ ରାମ ଅବତାର ଓ ମହାଦେବଙ୍କ ରୁଦ୍ରାବତାର ଉଭୟଙ୍କର ଜନ୍ମ ଚୈତ୍ର ମାସରେ ଅନୁଷ୍ଠିତ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଏହିଦିନ ପ୍ରତ୍ୟକ ବ୍ୟକ୍ତି ନିଜ ରାଶି ଅନୁସାରେ ଏହିସବୁ ଉପାୟକୁ କରିବା ଦ୍ୱାରା ଜୀବନରୁ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ l

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ଉପାୟ କରିବା ଆବଶ୍ୟକ –

ମେଷ ରାଶି –
ମେଷରାଶି ର ବ୍ୟକ୍ତିମାନେ ହନୁମାନଙ୍କୁ କମଳା ରଙ୍ଗର ପତାକା ଅର୍ପଣ କରିବା ଆବଶ୍ୟକ ଓ ହନୁମାନଙ୍କ ନିକଟରେ ବେସନ ଲଡୁ ପ୍ରସାଦ ଅର୍ପଣ କରିବା ଉଚିତ l

ବୃଷ ରାଶି –
ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ହନୁମାନଙ୍କୁ ତୁଳସୀ ଓ ଚନ୍ଦନ ଅର୍ପଣ କରିବା ଉଚିତ , ଏହାଦ୍ୱାରା ଜୀବନ ର ସମସ୍ତ ବାଧା ବିଘ୍ନ ଦୂର ହେବ ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ l

ମିଥୁନ ରାଶି –
ନିଜର ସମସ୍ତ ଇଛା ପୁରାଣ ପାଇଁ ମିଥୁନ ରାଶିର ବ୍ୟକ୍ତି ଏହିଦିନ ହନୁମାନଙ୍କୁ କେଶର ଓ ସିନ୍ଦୁର ଅର୍ପଣ କଲେ ଜୀବନରେ ସଫଳତା ପ୍ରାପ୍ତି କରିବେ l

କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତିମାନେ ଏହିଦିନ ଗଙ୍ଗାଜଳ ଓ ତୁଳସୀ ଯେ କୌଣସି ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଜିବନର ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ l

ସିଂହ ରାଶି –
ସିଂହ ରାଶିର ବ୍ୟକ୍ତି ଏହିଦିନ ବଜରଙ୍ଗ ବାଣ ପାଠ କରିବା ଉଚିତ l ଏପରି କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ l

କନ୍ୟା ରାଶି –
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହନୁମାନ ଜୟନ୍ତୀ ବିଶେଷ ମହତ୍ୱ ରଖିଛି l ତେଣୁ ହନୁମାନଙ୍କୁ ଗୋଟା କଦଳୀ ଓ ରାଶି ଲଡୁ ଅର୍ପଣ କରନ୍ତୁ l

ତୁଳା ରାଶି –
ତୁଳା ରାଶିର ବ୍ୟକ୍ତି ଏହିଦିନ ମନ୍ଦିର ଯାଇ ୧୦୮ ଥର ରାମ ନାମ ଜପ କରି ମହାବୀର ଙ୍କୁ ତୁଳସୀ ମାଳି ଅର୍ପଣ କରନ୍ତୁ l

ବିଛା ରାଶି –
ବିଛାରାଶିର ବ୍ୟକ୍ତି ଏହିଦିନ ମହାବୀର ଙ୍କ ନିକଟରେ ସୋରିଷ ତେଲ ଦୀପ ଅର୍ପଣ କରନ୍ତୁ, ଏହା ଛଡା ହନୁମାନ ଅଷ୍ଟକ ପାଠ କରନ୍ତୁ l

ଧନୁ ରାଶି –
ଧନୁ ରାଶିର ବ୍ୟକ୍ତି ହନୁମାନଙ୍କୁ ପଞ୍ଚାମୃତ ଓ ବେଲପତ୍ର ଅର୍ପଣ କରନ୍ତୁ , ଏହାଦ୍ୱାରା ଭାଗ୍ୟରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ l

ମକର ରାଶି –
ମକର ରାଶିର ବ୍ୟକ୍ତି ଏହିଦିନ ହନୁମାନ ଚାଳିଶା ପାଠ କରି ମହାବୀର ଙ୍କୁ କ୍ଷୀରୀ ଓ ନଡ଼ିଆ ଅର୍ପଣ କରନ୍ତୁ l

କୁମ୍ଭ ରାଶି –
କୁମ୍ଭ ରାଶିର ବ୍ୟକ୍ତି ମହାବୀର ଙ୍କୁ ସିନ୍ଦୁର ଅର୍ପଣ କଲେ ସମସ୍ତ ବିଘ୍ନ ଦୂର ହେବ ଓ ଫଳ ପ୍ରସାଦ ଅର୍ପଣ କରନ୍ତୁ l

ମୀନ ରାଶି –
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହିଦିନ ଟି ବିଶେଷ ମହତ୍ୱ ରଖୁଛି , ତେଣୁ ହନୁମାନଙ୍କ ନିକଟରେ ଅଖଣ୍ଡ ଦୀପ ବସାଇ ହନୁମାନ ଚାଳିଶା ପାଠ କରନ୍ତୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ l

Leave A Reply