ଆଳି: ସ୍ୱାମୀ ନା ଜଲ୍ଲାଦ ଶରତ ଚନ୍ଦ୍ର ମାଝୀ ସାହା ହେଲା ନାହିଁ ହୋମ କଳସ । ଦଶ ଦୋଷ କ୍ଷମା କରିବାକୁ କଥା ଦେଇଥିବା ସ୍ୱାମୀ ବିନା ଦୋଷରେ ଦେଲା ଅକଥନୀୟ ନର୍ଯାତନା । ଏପରି ନୃଶଂସ ହୋଇଥିବା ସ୍ୱାମୀ କେଉଁ ଭାଷାରେ ନିନ୍ଦା କରାଯିବ ତାହା ଅକଳ୍ପନିୟ । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ସ୍ୱାମୀ ସ୍ତ୍ରୀର ସମ୍ବେଦନଶିଳ ଅଙ୍ଗକୁ ଲୁହା ରଡ଼ରେ ପିଟିବା ସହ ଫୋନ ଦ୍ୱାରା ଜୀବନରୁ ମାରିଦେବେ ଓ ଅସିଳ ଭାଷା ରେ ଗାଳି କରିବା ହିନ୍ଦୁ ଧର୍ମର ସ୍ୱାମୀ ସ୍ତ୍ରୀର ସମ୍ପର୍କ କଳୁଷିତ ହୋଇଛି । ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଆଳି ଝିଅ ବନ୍ଦନା ଙ୍କ ସହ ।
ସୂଚନାମୁତାବକ ଆଳି ବ୍ଲକ ସରତକୁମାର ସାହୁ ଙ୍କ ବଡଝିଅ ବନ୍ଦନା ସାହୁ ଆଜକୁ ଆଠ ବର୍ଷ ପୁର୍ବେ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଘାଗରାଡ଼ିଆ ଗ୍ରାମର ଭାଗବତ ମାଝୀ ଙ୍କ ପୁଅ ଶରତ ମାଝୀ ଙ୍କ ସହ ବିଧିବଦ୍ଧ ଭାବେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ସ୍ୱାମୀ ବହୁ ବାର ବନ୍ଦନା ଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଅକଥନୀୟ ଅସିଳ ଭାଷାରେ ଗଲି ଗୁଲଜ ରେ ଅତିଷ୍ଠ ହୋଇ ବନ୍ଦନା ବାପ ଘରକୁ ପଳାଇ ଆସୁଥିଲେ । ସ୍ୱାମୀ ସ୍ତ୍ରୀ ଙ୍କ ମତାନ୍ତର ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ପରାମର୍ସ କ୍ରମେ ଶାଶୁଘରକୁ ଯାଉଥିଲେ ବନ୍ଦନା ।
ହାଇଦ୍ରାବାଦ ରେ କାମ କରୁଥିବା ସ୍ୱାମୀ ବନ୍ଦନା ଙ୍କୁ ନିଜ ପାଖକୁ ନେଇଥିଲେ କିଛିଦିନ ହସଖୁସିରେ ରହିବା ପରେ ସ୍ବାମୀ ଶରତ ଙ୍କ ଆଚରଣ ଓ ବ୍ୟବହାର ପରିବର୍ତ୍ତନ ହେବାରୁ ବନ୍ଦନା ଙ୍କ ସନ୍ଦେହ ରେ ଜାଣିବାକୁ ପାଇଥିଲେ କି ଶରତ ଙ୍କ ହାଇଦ୍ରାବାଦ ରେ ଦେହଜିବି ସହ ସମ୍ପର୍କ ଜାଣିବାରୁ ଶରତ ଙ୍କୁ ସ୍ତ୍ରୀ ଅଧିକାର ରେ ରୋକିବାକୁ ଚେଷ୍ଟା କରିଥିଲେ।କିନ୍ତୁ ଶରତ ବନ୍ଦନାକୁ ଲୁହା ରଡ଼ ରେ ପିଟି ପିଟି ଘରୁ ବାହାର କରିଦେଇଥିଲେ।ବନ୍ଦନା ସେଠାରେ ମୁଲଲାଗି ଯଉଁ ବି ଅର୍ଥ ପାଇଲେ ସେହିପାଇଁସା ରେ ସେ ଓଡିଶା ନିଜ ବାପାଙ୍କ ଘରକୁ ପଳିଆସିଲେ ।ବନ୍ଦନା ଓ ତାଙ୍କ ବାପା ଏ ନେଇ ନିକିରାଇ ଥାନାରେ ଅଭିଯୋଗ କଲେ ସୁଦ୍ଧା ଥାନା ଅଧିକାରୀ ଙ୍କ ଠାରୁ ନ୍ୟାୟ ପାଇପାରିନଥିଲେ।ଏବେ ନ୍ୟାୟ ଅପେକ୍ଷା ରେ ବନ୍ଦନା ଘରେ ୬ ବର୍ଷ ପୁଅ ସାଇ ଶାଶ୍ୱତ ୩ ବର୍ଷାର ଝିଅ ଶ୍ରଦ୍ଧା ତାଙ୍କ ଲାଳନ ପାଳନ ପାଇଁ ଚିନ୍ତାରେ ଘୁରିବୁଲୁଛନ୍ତି।ନ୍ୟାୟ ପାଇଁ ନବୀନ ନିବାସ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍ପିଙ୍କ ଦ୍ୱାରସ୍ତ ହୋଇ ନିରାଶ ହେବା ପରେ ଶେଷରେ ଗଣମାଧ୍ୟମ ପାଖରେ ନ୍ୟାୟ ପାଇଁ ହାତପତାଇଛନ୍ତି ବନ୍ଦନା।