ରଣପୁର… ସାରା ରାଜ୍ୟ ରେ ଜନସାଧାରଣ ଙ୍କ ଜରୁରୀ କାଳୀନ ସେବା କୁ ଦୃଷ୍ଟି ରେ ରଖୀ ରାଜ୍ୟ ସରକାର ଓ ଓଡିଶା ପୋଲିସ ର ମିଳିତ ସହଯୋଗ ରେ ଏମରଜେନ୍ସି ରେସପନ୍ସ ଭାଇକିଲ ଵା (ଇ. ଆର. ଭି ) ର ଶୁଭାରମ୍ଭ କରାଯାଇଛି ପୋଲିସ. ଦମକଳ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର 112(ଏମରଜେନ୍ସି ) ନମ୍ବର ଡାଏଲ କଲେ ମିଳିବ ଜରୁରୀ ସେବା.. ତେଵେ ଗତ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବା ର ଉଦଘାଟନ କରିବା ପରେ ସାରା ରାଜ୍ୟ କୁ ପ୍ରଥମ ପ୍ରଯ୍ୟୟ ରେ 106 ଗାଡି ଯୋଗେଇ ଦିଆଯାଇଛି ତେଵେ ନୟାଗଡ ଜିଲ୍ଲା ପାଇଁ ତିନଟି ଗାଡି ଆସିଥିବା ବେଳେ ସେଥିମଧ୍ୟରୁ ନୟାଗଡ ଥାନା ରେ ଗୋଟିଏ ଓଡଗାଁ ଆଦର୍ଶ ଥାନା କୁ ଗୋଟେ ଗାଡି ଆସିଥିବା ବେଳେ ରଣପୁର ଥାନା କୁ ଗୋଟେ ଗାଡି ଆସିଛି ଯାହା ଦ୍ୱାରା ଏହି ନୂଆ 112 ଏମରଜେନ୍ସ ରେସପନ୍ସ ଭାଇକିଲ ଵା ବାହନ ଟି ପିସିଆର ଭ୍ୟାନ ଭଳି କାର୍ଯ୍ୟ କରିବା ସହିତ ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ଏବଂ ଏହି ବାହନ ରେ ଅତ୍ୟାଧୁନିକ ଢଙ୍ଗରେ ନିର୍ମାଣ କରାଯାଇଥିବା ବେଳେ ଏହି ଗାଡି ରେ ଜିପିଏସ ଓ ଜିଆଇଏସ ଭଳି ସେବା ଉପଲବ୍ଧ ଅଛି ଯାହା ଦ୍ୱାରା ଅପରାଧ ବିସୃଖଳା କାର୍ଯ୍ୟ କିମ୍ବା ଦୃଘଟଣା ଭଳି ଜରୁରୀ କାଳୀନ ସେବା ରେ ବେଶ ସହାୟକ ହେବ ବୋଲି ରଣପୁର ଥାନା ସବଇନ୍ସପେକଟର ପ୍ରୀତି ପ୍ରକାଶ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ଏବଂ ରଣପୁର ବାସି ଙ୍କ ପାଇଁ ଏହି ବାହନ ବେଶ ସହାୟକ ହେଵା ସହ ଜରୁରୀକାଳୀନ ସ୍ଥିତି ରେ ଏକା ସଙ୍ଗେ ପୋଲିସ ଦମକଳ ଓ ଆମ୍ବୁଲାନ୍ସ ଭଳି ପ୍ରମୁଖ ତିନଟି ସେବା ଯୋଗେଇ ଦେବ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ରେ ଉପଲବ୍ଧ ହେବ
