Odisha news

ଦରଦାମ ବୃଦ୍ଧି ପ୍ରତିବାଦରେ ନର୍ଲା ସିପିଏମ ପକ୍ଷରୁ ବିକ୍ଷୋଭ।

0

ନର୍ଲା (ଦୀପକ କୁମାର ଠାକୁର) ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ) ନର୍ଲା ବ୍ରାଞ୍ଚ କମିଟି ପକ୍ଷରୁ ଜିଲ୍ଲା କମିଟି ସଭ୍ୟ କମ୍ରେଡ ନରସିଂହ ଥପାଙ୍କ ନେତୃତ୍ୱରେ ନର୍ଲାରୋଡ ଠାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସରକାରୀ ସଂସ୍ଥାର ଘରୋଇ କରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା,କୃଷକ ଓ ଶ୍ରମିକ ମାରଣ ନୀତି ବନ୍ଦ କରିବା,୪୪ଟି ଶ୍ରମିକ ଆଇନକୁ ୪ଟି କୋଡରେ ବନ୍ଦ କରିବା, ଏମ୍ଏସପିକୁ ଆଇନ ଭୁକ୍ତ କରିବା, ନର୍ଲାରୋଡ ଠାରେ କୋଭିଡ ପୂର୍ବରୁ ରହୁଥିବା ଟ୍ରେନ ଗୁଡିକ ରହଣି ପାଇଁ ଦାବି କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ କମ୍ରେଡ ଭାଗିରଥି ମାଝୀଙ୍କ ବିୟୋଗରେ ଲାଲ୍ ସଲାମ ଦିଆଯାଇ ନିରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଅଶୋକ ବିଶ୍ୱାଳ,ନବଘନ ଭୋଇ,ଅକୃର ପୁଟେଲ,କୁଞ୍ଜ ମାଝୀ, ଅଜୟ ନାଗ,ଯୁଗେଶ୍ୱର ସାହୁ, ଚୁଡ଼ାମଣି ଭୋଇ,ଦିପେନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ।

Govt
Leave A Reply