ଆଠଗଡ଼ ତା ୩୧/୩/୨୨ ଆଠଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଏହି ବୈଠକରେ ଆଠଗଡ଼ ବ୍ଲକ ୩୪ ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ , ମଣ୍ଡଳ ଉନ୍ନୟନ ଅଧିକାରୀ, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ, ଆଠଗଡ଼ ପଞ୍ଚାୟତ ସମିତି ର ଉପ ଅଧ୍ୟକ୍ଷା ଏବଂ ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ରଞ୍ଜନ କୁମାର ଆଚାର୍ଯ୍ୟ ଯୋଗଦେଇ ବିଭିନ୍ନ ତଥ୍ୟ ଉପରେ ପରିବେଷଣ କରିଥିଲେ, ଏହି ଶିବିର ରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଅଧିନରେ ୨୦୨୧ ଆର୍ଥିକ ବର୍ଷର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା,୨୦୨୦-୨୧ ଆର୍ଥିକ ବର୍ଷରେ ୨୯୮୧୨୦ ଶ୍ରମ ଦିବସ ଲକ୍ଷ ରହିଥିବାବେଳେ ୨୮୨୮୪୬ ଶ୍ରମ ଦିବସ ସୃଷ୍ଟି ହୋଇଥିଲା, ଯାହା ୯୪.୮୭ ଶତକଡା ଅଟେ, ମନରେଗା ର ମୂଳ ଲକ୍ଷ୍ୟ ଏହା କିପରି ସବୁ ପଞ୍ଚାୟତ ରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଅରୁଣ କୁମାର ଦାସ ଆଲୋଚନା କରିଥିଲେ, ସହକାରୀ ଯନ୍ତ୍ରୀ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ, ଉକ୍ତ ସଭାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ୱାଇଁ ସରକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା,ଲିସ୍ପାରାଣୀ ନନ୍ଦ,ଯୋଗାଣ ଅଧିକାରୀ ବିଦ୍ୟୁତ ଲତା ନାଏକ, ଶେଷରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିବା ସମସ୍ତ ସଭ୍ୟ, ସଭ୍ୟା, ମାନଙ୍କୁ ଧନ୍ୟବାଦ ଦେବା ସହ ସଭାକାର୍ଯ୍ୟ ଭଙ୍ଗ କରିଥିଲେ,