Odisha news

ଦୁର୍ଘଟଣା ରେ ଜଳିଗଲା ସ୍କୁଟି

0

ଆଳି22/୦3/22 ଆଳି ଥାନା ଅନ୍ତର୍ଗତ ଭୁଇଁପୁର ରାସ୍ତାରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଉକ୍ତ ସ୍କୁଟି ଟି ସମ୍ପୁର୍ଣ୍ଣ ଜଳିଯାଇଛି। ସୂଚନା ଅନୁସାରେ ଆୟତପୁର ଗ୍ରାମର ପ୍ରଶାନ୍ତ ମଲିକ ସ୍କୁଟି ଯୋଗେ ଆଳିରୁ କାମ ସାରି ଫେରୁଥିବା ବେଳେ କଳସପୁର ରୁ ବାଇକ ଚଳାଇ ଆସୁଥିବା ଜଣେ ଯୁବକ ଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଉଭୟ ଆହାତ ହୋଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କେନ୍ଦ୍ରାପଡ଼ା ଜିଲ୍ଲା ମେଡ଼ିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଘଟଣାସ୍ଥଳରେ ବାଇକ ଅଳ୍ପ ଭାଙ୍ଗି ଯାଇଥିଲା ବେଳେ ସ୍କୁଟି ଟି ସମ୍ପୁର୍ଣ୍ଣ ରୁପେ ଜଳି ଯାଇଥିଲା। ଆଳି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ କୁ ଆୟତ୍ତ କରିଥିଲେ।

Leave A Reply