Odisha news

ଆସନ୍ତା ତିରିଶି ତାରିଖରୁ ବହୁଚରାମାତାଙ୍କ ଷୋହଳ ପୂଜା।

0

ନର୍ଲା (ଦୀପକ କୁମାର ଠାକୁର) ସେବାକାରୀ କିନ୍ନର ସଂଘ ନର୍ଲାରୋଡ ତରଫରୁ ନର୍ଲାରୋଡସ୍ଥିତ ବିକ୍ରମଲଜ ନିକଟରେ ଚାରି ଦିନ ଧରି ବହୁଚରାମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ପ୍ରକାଶ କରିଛନ୍ତି। ୩୦ ତାରିଖ ବୁଧବାର ସନ୍ଧ୍ୟାରେ କଳସ ଆବାହନ ଓ ୮ ଘଣ୍ଟା ସମୟରେ ପୂଜାରମ୍ଭ। ୩୧ ତାରିଖ ଗୁରୁବାର ପୀଠ ପୂଜା ଓ ୧ ତାରିଖ ଶୁକ୍ରବାର ଚେଲା ଲିଟୁଙ୍କ ଜଲସା ପୂଜା, ସକାଳ ୯ଟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଥିବା ବେଳେ ୨ ତାରିଖ ଶନିବାର ଦିବା ୧୧ଘଣ୍ଟା ସମୟରେ ନଗର ପରିକ୍ରମା ଓ କଳସଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ସମେତ ବଲାଙ୍ଗୀର, ସମ୍ବଲପୁର ଓ ଭୁବନେଶ୍ଵରରୁ ଶତାଧିକ କିନ୍ନର ଯୋଗଦାନ କରିବେ ବୋଲି କାମିନୀ କିନ୍ନର ଜଣାଇଛନ୍ତି।

Leave A Reply