Odisha news

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ପ୍ରଶାନ୍ତ ନନ୍ଦଙ୍କ ଉପନ୍ୟାସ “ଶ୍ରେୟୀ ଶକୁନ୍ତଳା” ଉନ୍ମୋଚିତ

0

ହୋଲି ଉତ୍ସବ ଅବସରରେ ଗତ ଶନିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଅନୁଷ୍ଠିତ ହୋଇ ଯାଇଛି “ଶ୍ରେୟୀ ଶକୁନ୍ତଳା”ର ଉନ୍ମୋଚନ ଓ ସର୍ଜନା ମନ୍ଥନ ପର୍ବ ।  ବିଶିଷ୍ଟ ଲେଖକ ପ୍ରଶାନ୍ତ ନନ୍ଦଙ୍କ ଉପନ୍ୟାସ ” ଶ୍ରେୟୀ ଶକୁନ୍ତଳା”ର ଉନ୍ମୋଚନ ଉତ୍ସବ ଆଭାସୀ ମଞ୍ଚ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଦେଶ ଓ ବିଦେଶରୁ ଅନେକ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ଯୋଗଦେବା ସହିତ ସାହିତ୍ୟକୁ ଭଲପାଉଥିବା ଅନେକ ସାହିତ୍ୟପ୍ରେମୀ ମାନେ ମଧ୍ୟ ଯୋଗ ଦେଇଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଆବାହକ ଉଦ୍ୟାକ୍ତା ତାପସ ରାଜ୍  ମହାରଣାଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା ଏହି ସାହିତ୍ୟ ସମାବେଶ । ଏଥିରେ ବହୁ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗ ଦେଇଥିଲେ ବିଶିଷ୍ଟ ଲେଖକ ତଥା ଓଡିଶା ସିନେମା ଜଗତର ପ୍ରବାଦ ପୁରୁଷ, ପ୍ରଖ୍ୟାତ ଅଭିନେତା ପ୍ରଶାନ୍ତ ନନ୍ଦ, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରାଉତ, ପ୍ରଖ୍ୟାତ ଗାଳ୍ପିକା  ଡ଼ଃ ହୀରଣ୍ମୟୀ ମିଶ୍ର, ରମାଦେବୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ଃ ସଂଘମିତ୍ରା ଭଞ୍ଜ, ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବନୋଜ ତ୍ରିପାଠୀ, ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଅଧକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ସ୍ୱାଇଁ, ଇଂ ଅବନ୍ତି ମଲ୍ଲିକ, ଶ୍ରୀ ଅଜୟ କେତନ ମହାନ୍ତି,  ପ୍ରମୁଖ ଯୋଗଦେଇ ଶ୍ରେୟୀ ଶକୁନ୍ତଳା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।  ମାଲେସିଆରୁ ଶ୍ରୀମତୀ ବୀଣାପାଣି ପ୍ରଧାନ, ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଓ ଶ୍ରୀ ପ୍ରଶାନ୍ତ କୁମାର ନାଥଙ୍କ ପରି ଅନେକ ଯୁବ ସାହିତ୍ୟିକ ମାନେ ମଧ୍ୟ ଏହି ଉପନ୍ୟାସ ଉପରେ ନିଜର ମତ ରଖିଥିଲେ । ଶେଷରେ ଶ୍ରୀମତୀ ବିଶ୍ୱଭାରତୀ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରି ଏହି ସାହିତ୍ୟ ମନ୍ଥନର ସମାପନ କରିଥିଲେ ।

 

Leave A Reply