Odisha news

ଗ୍ରୀଷ୍ମ ଋତୁରେ ଶରୀର ଓ ତ୍ୱଚା ପାଇଁ ରାମବାଣ ଅଟେ ଦହି, ଏହିଭଳି କରନ୍ତୁ ବ୍ୟବହାର

0

ଗ୍ରୀଷ୍ମଋତୁ ଆସିଯିବା ମାତ୍ରକେ ଆମେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ, ଦହିପାଣି, ଲସି ଇତ୍ୟାଦି ସେବନ କରିବାକୁ ଇଛା କରିଥାଉ l କିନ୍ତୁ ଗବେଷକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଗ୍ରୀଷ୍ମଋତୁରେ ଦହି ହେଉଛି ସବୁଠୁ ଗୋଟିଏ ଉତ୍କୃଷ୍ଟ ଖାଦ୍ୟ ଓ ପାନୀୟ l ଏଥିରେ ଥିବା ପୋଷାକ ତତ୍ୱ ଆମ ଶରୀରକୁ ଭିତରୁ ହାଇଡ୍ରେଟ କରି ରଖିଥାଏ l

– ସ୍ୱାଦିଷ୍ଟ ହେବା ସହିତ ଦହି ମଧ୍ୟ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ l ଏହା ଗୋଟିଏ ପୌଷ୍ଟିକ ଭୋଜନ ଅଟେ ଓ ଆମ ଶରୀରକୁ ଭିତରୁ ସୁଦୃଢ କରିଥାଏ l ସ୍ୱାସ୍ଥ୍ୟ ସହିତ ତ୍ୱଚାକୁ କୁ ମଧ୍ୟ ସୁନ୍ଦର କରିବାରେ ଦହି ସାହାଯ୍ୟ କରିଥାଏ l

– ଦହି ଗ୍ରୀଷ୍ମ ଋତୁରେ ଆମ ପ୍ରତିରୋଧକ ପ୍ରଣାଳୀ କୁ ମଜବୁତ କରିଥାଏ l ଗବେଷକ ଙ୍କ ମତରେ ଶରୀରରୁ ବିଭିନ୍ନ ବ୍ୟାକ୍ଟେରିଆ କୁ ନଷ୍ଟ କରିବାରେ ଦହି ସାହାଯ୍ୟ କରିଥାଏ l

– ଦହି ପାଚନ ସମ୍ବନ୍ଧୀୟ ଅସୁବିଧା କୁ ଦୂର କରେ l ବିଶେଷଜ୍ଞ ଙ୍କ ମତରେ ଦହିରେ ଥିବା ପ୍ରବାୟୋଟିକ ରହିଥିବା କାରଣରୁ ପାଚନ ପ୍ରକ୍ରିୟା ପାଇଁ ହିତକର ଅଟେ l

– ପ୍ରତିଦିନ ଯଦି ଆପଣ ନିୟମିତ ଭାବରେ ମଧ୍ୟାହ୍ନ ଭୋଜନରେ ଗୋଟିଏ କପ ଦହି ଖାଇବେ ଏହା ଆପଣଙ୍କ ଓଜନ କୁ ନିୟନ୍ତ୍ରଣ ହୋଇଥାଏ l ତେଣୁ ନିୟମିତ  ଦହି ଖାଇବା ଆବଶ୍ୟକ l

– ଦହି ପ୍ରୋଟିନ ର ଗୋଟିଏ ଭଲ ଉପାଦାନ ଅଟେ l ତେଣୁ ଶରୀରକୁ ସୁ ଗଠିତ କରିବା ପାଇଁ ନିୟମିତ ଦହି ଖାଇବା ନିହାତି ଆବଶ୍ୟକ l

– ଦହି ର ବ୍ୟବହାର ଅଷ୍ଟ୍ରିୟ ପୋରୋସିସ ଅର୍ଥାତ ହାଡ଼ ଦୁର୍ବଳ ହେବାକୁ ଦୁରେଇ ରହିଥାଏ l ଦହିରେ ଥିବା କ୍ୟାଲସିୟମ,ପୋଟାସିୟମ ଓ ମଗ୍ନେଶୀୟମ ଶରୀର ପାଇଁ ଖୁବ ଉପଯୋଗୀ ଅଟେ l ତେଣୁ ହାଡ଼ ଶକ୍ତ ହୋଇଥାଏ l

– ଦହି ହୃତ୍ପିଣ୍ଡ କୁ ମଧ୍ୟ ସୁସ୍ଥ ରଖିଥାଏ l ଗବେଷଣାରୁ ଜଣା ପଡିଛି ଯେ ସପ୍ତାହ କୁ ୨ଥର ଦହି ଖାଇବା ଦ୍ୱାରା ଉଚ ରକ୍ତଚାପ ରୋଗୀ ସୁସ୍ଥ ରହି ଥାଆନ୍ତି l

– ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇ ଥାଏ ଦହି l ତେଣୁ ନିୟମିତ ଦହି ଲଗାଇଲେ ତ୍ୱଚା କାନ୍ତିଯୁକ୍ତ ହୁଏ l

Leave A Reply