କେନ୍ଦୁଝର : ବାଂଶପାଳ ବ୍ଲକ ଅଁଳା ସ୍ଥିତ ଶ୍ରୀ ମେଟାଲିକକ୍ସ କାରାଖାନା ପରିସରରେ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ କାରଖାନାର ସଭାପତି ସରୋଜ କୁମାର ବିଶ୍ବାଳ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମ ଉଦ୍ ଘାଟନ କରିଥିଲେ। କର୍ମଚାରୀ ଓ ଶ୍ରମିକଙ୍କ ସର୍ବୋତ୍ତମ ସୁରକ୍ଷା ଉପରେ କମ୍ପାନୀର ରେକର୍ଡ ଉପ୍ତାଦନ ନିମନ୍ତେ ସମସ୍ତଙ୍କର କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଉତ୍ସବରେ ଟେକ୍ ନିକାଲ ହେଉ ବିଏନ୍ ପ୍ରସାଦ କମ୍ପାନୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ସମସ୍ତଙ୍କର ନିରାପତ୍ତା ନିମନ୍ତେ ସମ୍ପୁର୍ଣ୍ଣ ପ୍ରତିଶ୍ରୁତି ବଦ୍ଦ ବୋଲି ପ୍ରକାଶ କରିଥିଲେ।ଏଚ୍ଆର ହେବ ଶିଶିର କୁମାର ରାଉତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ସପଥ ପାଠ କରାଇଥିଲେ। ଚଳିତ ମାସ ୪ ତାରିଖଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସେଫ୍ ଟି ଅଫିସର ଇନଜାମୁଲ୍ ସକ୍ କମ୍ପାନୀକୁ ସୁରକ୍ଷିତ କାର୍ଯ୍ୟ ସ୍ଥଳୀ କରିବା ସମସ୍ତେ ଦାୟିତ୍ଵ ବାନ୍ ହେବାକୁ କହିଥିଲେ। ଏହି ଉତ୍ସବରେ ଏଜିଏମ୍ ଅପେରେସନ୍ (ପିଲେଟ) ଜ୍ଞାନରଞ୍ଜନ ସ୍ୱାଇଁ,ସିନିୟର ଏଜିଏମ୍ (ଗ୍ରାଇଡିଙ୍ଗ) ଅବନୀ କୁମାର ବିଶ୍ବାଳ, ଏଜିଏମ୍ ଅପେରେସନ୍ (ପିଲେଟ) ଆଲୁମୁରୁ ରମେଶ, ଏଜିଏମ୍ ଲଜିଷ୍ଟିକ୍ ବିନୋଦ କୁମାର ମହାନ୍ତି, ଏଜିଏମ୍ ସୁଶୀଲ କୁମାର ଭୂୟାଁ, ଏଜିଏମ୍ ମୁକୁଲ ଦତ୍ତ, ସିନିୟର୍ ମ୍ୟାନେଜର (ଅପରେସନ ପିଲେଟ) ଅମରେଶ ଲେଙ୍କା, ସିନିୟର୍ ମ୍ୟାନେଜର ମେକାନିକାଲ୍ ସାହିଲ କୁମାର ପାଣିଗ୍ରାହୀ, ସିନିୟର୍ ଇଞ୍ଜିନିୟରିଂ ସାମାନ୍ୟୁ ମହାନ୍ତି, ସିନିୟର୍ ଏଜିଏମ୍ କ୍ୱ।ଲିଟ କଣ୍ଟୋଲ ଶରତ କୁମାର ପ୍ରଧାନ, ସିନିୟର୍ ମ୍ୟାନେଜର ମେକାନିକାଲ ଦେବବ୍ରତ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ଲାଣ୍ଟ ପରିସରରେ ସୁରକ୍ଷା ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ।