ସାକ୍ଷୀଗୋପାଳ ତା ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ଶ୍ରୀଯୁକ୍ତ ଜୟକୃଷ୍ଣ ନାୟକଙ୍କର 88 ବର୍ଷ ବୟସରେ ପରଲୋକ ହୋଇଯାଇଛି l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା l ପୁତ୍ର ନିରଞ୍ଜନ ନାୟକ ମୁଖାଗ୍ନି ଦେଇଥିଲେ l
ସ୍ବର୍ଗତ ନାୟକ 1935 ମସିହାରେ ଶ୍ରୀ ରାମ ଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ,ସେ ଜଣେ ଧର୍ମପରାୟଣ ବ୍ୟକ୍ତିଥିଲେ l 1960 ମସିହାରେ ବଣିଆ ସାହି ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ପୀଠରେ ପାଞ୍ଚଗ୍ରାମ ପାଲା କମିଟି ଗଠନ କରି ବାଦୀପାଲା ଆରମ୍ଭ କରିଥିଲେ।ତାହା ଆଜି ପର୍ଯ୍ୟନ୍ତ ଚାଲୁଅଛି ।ସେ ଶ୍ରୀ ରାମଚନ୍ଦ୍ର ପୁର ଗ୍ରାମର ଶ୍ରୀ ଶ୍ରୀ ଜଟେଶ୍ୱର ଦେବଙ୍କ ପୀଠରେ ଭାଗବତ ପରାୟଣ ଆରମ୍ଭ କରିଥିଲେ।ଗ୍ରାମର ଆରାଧ୍ୟ ଠାକୁରାଣୀ ଶ୍ରୀ ଶ୍ରୀ ହରଚଣ୍ଡୀ ଠାକୁରାଣୀଙ୍କ ମନ୍ଦିରରେ ସଂକ୍ରାନ୍ତି ହୋମ ଆରମ୍ଭ କରିଥିଲେ।ଭୂତୁ ପଡ଼ା ଗ୍ରାମରେ ଆରମ୍ଭ କରିଥିବା ପାଲା ଆଜି ପର୍ଯ୍ୟନ୍ତ ଚାଲୁଅଛି l
ସେ ନିଗମାନନ୍ଦ ଙ୍କ ଜଣେ ପରମ ଭକ୍ତ ଥିଲେ। ସ୍ବର୍ଗତ ନାୟକ ଅଞ୍ଚଳର ଅନେକ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ l ସେ ଜଣେ ଦୟାଶୀଳ,ପରୋଉପକାରୀ,ବ୍ୟକ୍ତି ଥିଲେ।ତାଙ୍କର ଅବର୍ତମାନ ରେ ଅଂଚଳ ରେ ବିଭିନ୍ନ ଧର୍ମ ଅନୁଷ୍ଠାନରେ ଶୋକ ପାଳନ କରାଯାଇଛି।ଫଟୋ ୧ l