Odisha news

ରେଳ ଧାରଣାରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0

ଡେଲାଙ୍ଗ,୧୧/୩—ପୂର୍ବତଟ ରେଳପଥ ଅନ୍ତର୍ଗତ ଡେଲାଙ୍ଗ ରେଳ ଷ୍ଟେସନ ଅପ ଲାଇନ ୪୭୦/୩୧-୩୩ ରେଳଧାରଣା ନିକଟରୁ ଜନୈକ ବୃଦ୍ଧଙ୍କ ମୃତଦେହକୁ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଉଦ୍ଧାର କରିଛି।ତେବେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ରମେଶ ଦାଶ ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ରେଳ ଷ୍ଟେସନ ପରିସର ରେଳ ଧାରଣାରେ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାନେଇ ଷ୍ଟେସନ ଅଧୀକ୍ଷକଙ୍କଠାରୁ ଲିଖିତ ରିପୋର୍ଟ ପାଇ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଏଏସଆଇ ରମେଶ ଦାଶ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ନ କରିଥିଲେ।ତେବେ ମୃତକ ବୃଦ୍ଧ ଜଣକ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତ ଅଧିନ ପଞ୍ଚୁପଲ୍ଲା ଗ୍ରାମର ବଳଭଦ୍ର ରାଉତରାୟ(୭୦)ବୋଲି ପରିଚୟ ମିଳିଥିବା ନେଇ ଜିଆରପି ପକ୍ଷରୁ ସୂଚନା ମିଳିଛି।ଫାଣ୍ଡି ଅଧିକାରୀ ଶବକୁ ରେଳ ଧାରଣାରୁ ଉଦ୍ଧାର କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ତେବେ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ସାକ୍ଷୀଗୋପାଳ ଜିଆରପି ଫାଣ୍ଡିରେ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ନେଇ ଜିଆରପି ଫାଣ୍ଡି ଅଧିକାରୀ ରମେଶ ଦାଶ ସୂଚନା ଦେଇଛନ୍ତି।

Leave A Reply