Odisha news

ବନ ବିଭାଗ ପକ୍ଷରୁ ଆବର୍ତ୍ତନ ପାଣ୍ଠି ପରିଚାଳନା ଉପରେ ଦିନିକିଆ ତାଲିମ୍ ଶିବିର

0

ବେଲଗୁଣ୍ଠା,10/03,ଉତ୍ତର ଘୁମୁସର ବନଖଣ୍ଡ ଭଞ୍ଜନଗର ଅଧୀନସ୍ଥ କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ କାଳିଆମ୍ବା ସେକ୍ସନର ଶାଳୁଆପଲ୍ଲୀ,ସୋମନାଥ ପଲ୍ଲୀ, କଣ୍ଟେଇପଲ୍ଲୀ ,ଡିମିରିପଲ୍ଲୀ ଏବଂ ଗୋବରା ବନ୍ଧ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଆବର୍ତନ ପାଣ୍ଠି ଋଣ ପ୍ରସ୍ତାବକ କମିଟି ସଭ୍ୟ ସଭ୍ୟା, ଜଙ୍ଗଲ ଓ ପରିବେଶପ୍ରେମୀ, ଏନିମେଟର୍,ମାନଙ୍କ ପାଇଁ ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ତାଲିମ୍ ଶିବିରରେ ଉନ୍ନୟନ ପ୍ରକଳ୍ପ ଭାଗ-ଦୁଇର  ଏସ୍ଏମ୍ଏସ୍ ଶାନ୍ତନୁ କୁମାର ସାହୁ, କାହ୍ନୁ ଚରଣ ସାହୁ, ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ସନ୍ତୋଷ କୁମାର ଡାକୁଆ,ବନପାଳ ଶରତ୍ କୁମାର ମହାନ୍ତି, ବନରକ୍ଷୀ ରଶ୍ମିତା ସେଠୀ, ସୁଧାଂଶୁ ମଲ୍ଲିକ୍ ପ୍ରମୁଖ ଯୋଗ ଦେଇ ଆବର୍ତ୍ତନ ପାଣ୍ଠି କଣ, ତାହାର ପରିଚାଳନା କିପରି ଓ କାହା ଦ୍ୱାରା କରାଯିବ ଆଦିବାସୀ ଓ ଗରିବ ମାନଙ୍କ ଜୀବିକାର ଉନ୍ନତି ଏବଂ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ,ଜଙ୍ଗଲ ନିଆଁର କାରଣ ଓ ପ୍ରତିକାର, ଅଗ୍ନି ନିରୋଧ ରେଖା ନିର୍ମାଣ ଆଦି ବିଷୟ ଉପରେ ଆଲୋଚନା କରିଥିଲେ I ଏହା ସହ ବନାଗ୍ନୀ ଉପଶମ ଉପରେ ଏକ ଶପଥପାଠ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ସ୍ମୃତିମୟ  ଚୌଧୂରୀ, ଅମିତ୍ କୁମାର ସାବତ,ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ, ଫରେଷ୍ଟ ସ୍କ୍ଵାଡ୍ ପ୍ରମୁଖ ସହଯୋଗ କରିଥିଲେ I

Leave A Reply