Odisha news

ଅଲ୍ଟ୍ରାଟେକ୍ କମ୍ପାନୀର ଅବହେଳା ପାଇଁ ଚାଲିଗଲା ନିରୀହ ଜୀବନ

0
ଆଠଗଡ ତା 10 3 2022 : ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଈ ପଡ଼ିଥିବା କମ୍ପାନୀ ଗୁଡିକ ଦେଇଥିବା ଠିକା ସଂସ୍ଥା ପାଇଁ ବାରମ୍ବାର ବଦନାମ ହେଉଥିବା ଦେଖିବାକୁ ମିଳୁଛି, କମ୍ପାନୀ ଦେଇଥିବା ଠିକା ସଂସ୍ଥା ଗୁଡିକ ସଠିକ ଢଙ୍ଗରେ କାର୍ଯ୍ୟ କରୁନଥିବା ସହ କମ୍ପାନୀର ନିୟମକୁ ଭଙ୍ଗ କରି ସେପ୍ଟି ବେଲଟ୍ ଏବଂ ହେଲମେଟ,ଓ ଜୋତା, ପରିଧାନ ନ କରି କମ୍ପାନୀ ଭିତରେ କାର୍ଯ୍ୟ କରୁଛନ୍ତି, ଏହି ଢଙ୍ଗରେ ନିୟମକୁ ଭଙ୍ଗ କରି  ଜିଡ଼ିସିଏଲ ଠିକା ସଂସ୍ଥା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିଲେ, ଗୁରୁଡ଼ିଝାଟିଆ  ଥାନା ଅନ୍ତର୍ଗତ କୋଳଥପଙ୍ଗି  ଓ ଖମାରନୂଆଗାଁ ମଧ୍ୟଭାଗରେ ଗଢି ଉଠିଥିବା ଅଲଟ୍ରାଟେକ କାରଖାନା ଭିତରେ ନିର୍ମାଣଧୀନ ଉଚ୍ଚ ସ୍ଥାନରେ ଚଢି କାର୍ଯ୍ୟ କରୁଥିବା ଡେରା ଗ୍ରାମର କୁଳମଣି ପରିଡାଙ୍କ ଜ୍ୟାଷ୍ଠ ପୁତ୍ର ଜଗନ ପରିଡା (27 ) ବର୍ଷ ଠିକା ସଂସ୍ଥା ଜି ଡି ସି ଏଲ କର୍ମଚାରୀଙ୍କୁ  ସେପ୍ଟି  ସରଞ୍ଜାମ ନ ଦେଇ କାର୍ଯ୍ୟ କରାଉଥୁବା ବେଳେ ସେପ୍ଟି ବେଲ୍ଟ ପରିଧାନ  ନ ଥିବାରୁ ନଟ ଟାଇଟ କରୁଥିବା ବେଳେ ବିଦ୍ୟୁତ ଆଘାତ କିମ୍ବା ନଟ ବୋଲ୍ଟ ଖସି ଯିବାରୁ ତଳକୁ ଖସି  ପଡିବା ସହ ମୁଣ୍ଡ ପଛପଟ ମାଡ ହୋଈ ରକ୍ତ ସ୍ରାବ ହୋଇଥିଲା, ଠିକାସଂସ୍ଥାର କାର୍ଯ୍ୟ କରୁଥିବା ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ଚିକିତ୍ସାଧୀନ ଡାକ୍ତର ତାଙ୍କୁ ମୁତ ଘୋଷଣା କାରିଥିଲେ,ଘଟଣା ସ୍ଥଳରେ ଚାପା ଉତେଜନା ଦେଖିବାକୁ ମିଳିଥିଲା ଖବର ପାଇ ଗୁରୁଡ଼ିଝଟିଆ ଓ ଖୁଣ୍ଟୁଣୀ ପୋଲିସ ପହଂଚି ନିୟନ୍ତ୍ରଣ କରିବା ସହ  ଚିକିତ୍ସାଳୟରେ ପହଂଚି ଗୁରୁଡ଼ିଝଟିଆ ଥାନା ଅଧିକାରୀ ରଞ୍ଜନ ପ୍ରଧାନ ସବ ଵେବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କାରିଥିଲେ, ପରେ ପରିବାର ଓ ଗ୍ରାମବାସୀଙ୍କ ତରଫରୁ କମ୍ପାନୀ ସମ୍ମୁଖରେ ସବ ରଖି କ୍ଷତିପୂରଣ ଦାବି କରିଥିଲେ,ସ୍ଥାନୀୟ ମୁରବି ପରିବାର, ଚୌଦ୍ୱାର ଏଏସଡିପିଓ ସତ୍ୟବ୍ରତ ଲେଙ୍କା ଗୁରୁଡ଼ିଝଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଅଲଟ୍ରାଟେକ କମ୍ପାନୀର ପରିଚାଳନା ଅଧିକାରୀ ଅଶୋକ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ କମ୍ପାନୀ ତରଫରୁ  ମୃତକ ପରିବାରକୁ କ୍ଷତି ପୂରଣ ବାବଦକୁ 5 ଲକ୍ଷ୍ୟ ଟଙ୍କା ଓ କମାନୀରେ ମୃତକର  ପତ୍ନୀକୁ ଚାକିରୀ ଦେବା ପ୍ରତିଶୃତି ଦେବା ପରେ ସବ ସଂସ୍କାର କରାଯାଇଥିଲା, ସମ୍ବେଦନଶିଳ କମ୍ପାନୀ ମାନେ ଏଭଳି ଠିକା ସଂସ୍ଥାକୁ କମ୍ପାନୀ ଭିତରେ କାର୍ଯ୍ୟ କରିବାକୁ ଅନୁମତି ଦେଉଥିବା ବେଳେ ସେମାନେ କମ୍ପାନୀର ନିୟମ ଉଲଂଘନ କରି କାଯ୍ୟ କରୁଥୁବାରୁ ଆଜି ଏକ ନିରୀହ ଜୀବନ ଅକାଳରେ ଚାଲିଗଲା, କମ୍ପାନୀର ନିୟମାନୁସାରେ ଠିକା ସଂସ୍ଥା କାର୍ଯ୍ୟ କଲେ କମ୍ପାନୀ ଗୁଡିକ ବଦନାମରୁ ବଂଚିତ ହେବେ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି
Leave A Reply