Odisha news

ରୁଷ ବିରୋଧରେ ନଯିବାରୁ କୋଭିଡ ଟୀକା ପାଇଁ ହଟହଟା ହେଲା ବଙ୍ଗଳାଦେଶ

0

ନୂଆଦିଲ୍ଲୀ : ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ପକ୍ଷରେ କିଛି ଦେଶ ଥିବାବେଳେ ଆଉକିଛି ଦେଶ ତାର ବିପକ୍ଷରେ ରହିଛନ୍ତି l ଆଉ ଅଧିକାଂଶ ଦେଶ ଉଭୟ ଦେଶକୁ ଦେଖି ତଟସ୍ଥ ରହି ଆପସ ଆଲୋଚନା ପାଇଁ ଉପଦେଶ ଦେଉଛନ୍ତି l କିନ୍ତୁ ରୁଷ ର ନିନ୍ଦା ନ କରିବା କାରଣରୁ ବଙ୍ଗଳାଦେଶ କୁ କୋଭିଡ ଟୀକା କୁ ନେଇ ଅସୁବିଧା ର ସମୁଖୀନ ହେବାକୁ ପଡୁଛି l ନିକଟରେ ସଂଯୁକ୍ତ ରାଷ୍ଟ୍ର ମହାସଭା ୟୁକ୍ରେନ ଉପରେ ଆକ୍ରମଣ କରୁଥିବା କାରଣରୁ ରୁଷ କୁ ନିନ୍ଦା କରିବା ଓ ୟୁକ୍ରେନ ରୁ ରୁଷ ସୈନିକ ଙ୍କୁ ବାହାରି ଯିବାକୁ ନେଇ ମତଦାନ ହୋଇଥିଲା l

ଯେଉଁଥିରେ ୧୪୧ ଦେଶ ପ୍ରସ୍ତାବ ପକ୍ଷରେ ମତଦାନ କରିଥିଲେ କିନ୍ତୁ ୫ଟି ଦେଶ ଏହାକୁ ବିରୋଧ କରିଥିଲେ l ୩୫ ଟି ଦେଶ ମତଦାନ ରୁ ଦୁରେଇ ରହିଲେ l ଏହି ୩୫ ଟି ଦେଶ ମଧ୍ୟରେ ଭାରତର ପଡୋଶୀ ଦେଶ ବଙ୍ଗଳା ଦେଶ ରହିଥିଲା l ବଙ୍ଗଳାଦେଶ ର ଏହି ନିଷ୍ପତି କାରଣରୁ ବଙ୍ଗଳାଦେଶ କୁ ଟୀକା ଦେଉଥିବା ଦେଶ ଲୁଧିଆନିୟା ଟୀକା ପଠାଇବାକୁ ରଦ୍ଧ କରିଛି l ସେ ନିଜର ଜାତୀୟ ଗଣମାଧ୍ୟମ ରେ ଏହି ସୂଚନା ଦେଇଛି l ଲୁଧିଆନିୟା ର ପ୍ରଧାନମନ୍ତ୍ରୀ ଙ୍କ ପ୍ରବକ୍ତା ମଧ୍ୟ ଏହି ତଥ୍ୟର ପୃଷ୍ଟି କରିଛନ୍ତି l ବଙ୍ଗଳାଦେଶ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୟୁକ୍ରେନ ର ସଂପ୍ରଭୁତା,ସ୍ୱତନ୍ତ୍ରତା,ଏକତା ଓ କ୍ଷତ୍ରିୟ ଅଖଣ୍ଡତା କୁ ନେଇ ସ୍ୱର ଉଠଇ ଥିଲା l ଏହି ସଭାରେ ବଙ୍ଗଳାଦେଶ ର ପ୍ରତିନିଧି କହିଥିଲେ ଆମେ ଶାନ୍ତି ସମର୍ଥନ କରିବୁ l

Leave A Reply