ଵ୍ରହ୍ମପୁର , ୮/୩- ଏସିଜେମ ମନୋଜ କୁମାର ଆଜି ଏକ ଡକାୟତି ଯୋଜନା ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ସେ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ଗୌଉଞ୍ଜ ଗ୍ରାମର ମୁନା ଦାସ , ଆମ୍ବପୁଆର ମଣ୍ଟୁ ରେଡ୍ଡୀ , ବଡବ୍ଜ଼ାର ଥାନା ଅନ୍ତର୍ଗତ ପୁରୁଣା ଵ୍ରହ୍ମପୁର ଆଇନାବନ୍ଧ ସାହିର ଜଳ ଦାସ , କଙ୍କଡା ଓରଫ ରମେଶ ଦାସ ଓ କାଳୁ ଦାସ । ପ୍ରକାଶ ଯେ, ୨୦୦୯ ମସିହାରେ ଲାଞ୍ଜିପଲି ଢ଼ିପ ସାହିରେ କେତେକ ଅପରାଧୀ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଗୋଶାଣିନୁଆଗାଁ ପୋଲିସ ସେଠାରେ ଚଢ଼ାଉ କରିଥିଲା। ମାମଲା ନମ୍ବର୭୫/୦୯ ରେ ଉପରୋକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରେ ଅଭିଯୁକ୍ତ ମାନେ ଜାମିନ ପାଇଥିଲେ ଏହି ମାମଲାର ଶୁଣାଣି ବେଳେ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁଏସିଜେଏମ ଉପରୋକ୍ତ ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷ ବୋଲି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରସନ୍ନ କୁମାର ପାତ୍ର ଓ ଅଭିଯୁକ୍ତ ମୁନା ଦାସଙ୍କ ପକ୍ଷରୁ ଆଇନଜୀବୀ ପ୍ରଭାକର ସାବତ ମକଦ୍ଦମା ପରିଚାଳନା କରିଥିଲେ।