Odisha news

ପ୍ରଶିଦ୍ଧ କଠଇଣୀମଠ ପରିଚାଳନା ବୋର୍ଡ ମୁଖ୍ୟ ଭ୍ରମରବର ବରାଳଙ୍କ ଅକାଳ ବିୟୋଗ

0
ଚଣ୍ଡିଖୋଲ, ୮/୩,(ସବ୍ୟୁ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଡିହ ପଞ୍ଚାୟତର ବହୁ ପୁରିତନ ଧାର୍ମିକ ଓ ଐତିହ୍ୟ ସ୍ଥଳ କଠୋଉଣୀ ମଠ ପରିଚାଳନା
ବୋର୍ଡ଼ ମୂଖ୍ୟ ତଥା ମନ୍ଦିର ପରିଚାଳନା କମିଟିର ଅନ୍ୟତମ ସଭ୍ୟ ସ୍ଥାନୀୟ ଚାରୋଗଠ ଗ୍ରାମର ବରିଷ୍ଠ ସମାଜସେବୀ ଭ୍ରମରବର ବରାଳଙ୍କର ସୋମବାର ସନଧ୍ୟାରେ ହୃଦଘାତରେ ଅକାଳ ବିୟୋଗ ଘଟିଛି ! ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା! ସେ ସମ୍ପୂର୍ଣ୍ଣ ଶୁସ୍ଥ  ଅବସ୍ଥାରେ ଥାଇ ସୋମବାର ମନ୍ଦିରର ସମସ୍ତ କାମ ଶେଷକରିବା ପରେ ଘରକୁ ଫେରିଥିଲେ ! ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଜେନାପୁର ଓ ପରେ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲା! ହେଲେ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ! ଶ୍ରୀ ବରାଳଙ୍କ ପ୍ରଚେଷ୍ଟାରେ ପାହାଡ ଉପରେ ଅବସ୍ଥିତ ପବିତ୍ର କଠଉଣୀଶ୍ୱର ମହାଦେବ ଓ ଗୋପାଳଜୀୟୁଙ୍କ ପୀଠର ପ୍ରଭୂତ ବିକାଶ ହେଵା ସାଙ୍ଗକୁ ସୁଦୃଶ୍ୟ ବିରାଟ ମନ୍ଦିର ନିର୍ମାଣ କରାଯାଇ ପାରିଥିଲା ଏବଂ ପୀଠରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା !  ତାଙ୍କର ଏପରି ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି!ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା!
Leave A Reply