ଅର୍ଶ ଗୋଟିଏ ଏପରି ରୋଗ ଯାହା ଆମକୁ ମଳ ତ୍ୟାଗ ସମୟରେ ଭିତର ପାର୍ଶ୍ୱରୁ ଅନେକ ଯନ୍ତ୍ରଣା ଦେଇଥାଏ l ଏହି ସମୟରେ ମଳଦ୍ୱାର ର ବାହାର ଓ ଭିତର ପାର୍ଶ୍ୱରୁ ରକ୍ତ ମଧ୍ୟ ପ୍ରଭାହିତ ହୋଇଥାଏ l ଏହି ସମୟରେ ଆମେ ଚିନ୍ତାରେ ପଡି ଡାକ୍ତରଙ୍କୁ ପରାମର୍ଶ କରୁ ଓ ଅନେକ ପ୍ରକାରର ଔଷଧ ମଧ୍ୟ ଖାଇଥାଉ l କିନ୍ତୁ ରସୁଣ ଦ୍ୱାରା ଏଭଳି ଘରୋଇ ଉପାୟ ରହିଛି ଯାହା ଅର୍ଶରୁ ଆରାମ ଦେଇଥାଏ l
– କୋଷ୍ଠ କାଠିନ୍ୟ ରୁ ଆରାମ : ଅର୍ଶ ବେଳେ ଅଧିକାଂଶ ସମୟ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ l ଏହି ସମୟରେ ରୋଗୀ ମାନଙ୍କ ପାଇଁ ରସୁଣ ସେବନ ଖୁବ ହିତକର l ରସୁଣ ରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ l ଯାହା କୋଷ୍ଠ କାଠିନ୍ୟ ସମସ୍ୟାକୁ ଠିକ କରିଥାଏ l ଏହା ଗରମ ହୋଇଥିବା କାରଣରୁ ମଳ ନରମ କରିଥାଏ l
– ରସୁଣ ଓ ଦୁଗ୍ଧ ସେବନ କରିବା ଦ୍ୱାରା ଅର୍ଶ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ l କାରଣ ରସୁଣ ଓ ଦୁଗ୍ଧ ମିଳିତ ଭାବରେ ସେବନ କରିବା ଦ୍ୱାରା ପାଚନ ସମସ୍ୟା ଦୂର ହୋଇଥାଏ l ଯାହାଦ୍ୱାରା ଅର୍ଶ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୁଏ l
– ଅର୍ଶ ସମୟରେ ପ୍ରାୟ ରକ୍ତସ୍ରାବ ହେଉ ଥିବାର ଦେଖିବାକୁ ମିଳିଥାଏ l ସେଥିପାଇଁ ରସୁଣ ସହିତ ମହୁ ସେବନ କରିବା ଉଚିତ l ଏହି ମିଶ୍ରଣ କୁ ନିୟମିତ ସେବନ କଲେ ମଳଦ୍ୱାର ଯନ୍ତ୍ରଣା ରୁ ଲାଘବ ମିଳିଥାଏ ଓ ରକ୍ତସ୍ରାବ ହୋଇ ନଥାଏ l
– ନିୟମିତ ଭାବରେ ପ୍ରତିଦିନ ରସୁଣ ସକାଳୁ ସେବନ କରିବା ଦ୍ୱାରା ମଳଦ୍ୱାର ରେ କୌଣସି ସଂକ୍ରମଣ ହୋଇ ନଥାଏ ଓ ଲିଭର ର ଗ୍ରନ୍ଥି ଗୁଡିକ ସହଜ ଭାବରେ କାର୍ଯ୍ୟ କରି ଥାଆନ୍ତି ଏବଂ ଅର୍ଶ ସହିତ ଯୋଡି ହୋଇଥିବା ବିଭିନ୍ନ ସମସ୍ୟା ଠିକ ହୋଇଥାଏ l ତେଣୁ ଅର୍ଶ ରୋଗୀମାନେ ନିୟମିତ ରସୁଣ ସେବନ କରିବା ଉଚିତ l
– ନିୟମିତ ରସୁଣ ଓ ଦୁଗ୍ଧ ସେବନ କଲେ ଅର୍ଶ ଜନିତ ଯନ୍ତ୍ରଣା ଖୁବ ସହଜ ରେ ଠିକ ହୋଇଥାଏ l ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଗ୍ଧ ଓ ରସୁଣ ସେବନ କରିବା ନିହାତି ଜରୁରୀ ଯାହା ଅର୍ଶ ରୋଗୀଙ୍କ ପାଇଁ ଖୁବ ପ୍ରଭାବଶାଳୀ l