ଡେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରିପାଳ ଗ୍ରାମ ନିକଟରେ ଥିବା ଏକ କ୍ରସର ପାଖରେ ଲୁହାଗୁଣ୍ଡ ମିଶ୍ରିତ ପାଉଁଶରେ ଜନୈକ ଦୁଇଜଣ ଶ୍ରମିକ ପଡି ଗୁରୁତର ଅବସ୍ଥା ହୋଇଛି ସୂଚନାରୁ ପ୍ରକାଶ ଉକ୍ତ କ୍ରସରକୁ ଏକ ଟ୍ରକରେ ଏହି ଲୁହାଗୁଣ୍ଡ ପାଉଁଶ ବୋଝେଇ ହୋଇ ଆସିଥିଲା ତାକୁ ଖାଲି କରିବା ସମୟରେ ଟ୍ରକ ହେଲ୍ପର ପାଉଁଶ ଭିତରେ ଫସି ଯାଇଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ମୋଟରି ଗ୍ରାମର ଶଙ୍କର ଦେହୁରୀଙ୍କ ପୁଅ କ୍ରସରର ମେସିନ ଚାଳକ ପ୍ରଦୀପ ବେହୁରି ମଧ୍ୟ ପାଉଁଶ ଭିତରେ ଫସି ଯାଇଥିଲେ ବହୁ କଷ୍ଟରେ ପାଉଁଶ ଭିତରୁ ଦୁଇଜଣକୁ ଉଦ୍ଧାର କରାଯାଇଥିଲା ତେବେ ଟ୍ରକ ହେଲ୍ପର ଗୁରୁତର ହୋଇ କଟକ ସ୍ତାନାନ୍ତର ହୋଇ ଥିବାବେଳେ ପ୍ରଦୀପ ଜିଲ୍ଲା ଚିକତ୍ସାଳୟରେ ଚିକିଶ୍ଚିତ ହେଉଛନ୍ତି ଏହି ଦୁଇ ଜଣ ପାଉଁଶରେ ଦୃଷ୍ଟିଶକ୍ତି ହରେଇଥିବା ଜଣାପଡୁଛି