Odisha news

ୟୁକ୍ରେନ ରୁ ଭାରତୀୟ ମାନଙ୍କ ପ୍ରତ୍ୟାବର୍ତନ କୁ ନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଟୁଇଟ : ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆଶାର ପୋଲ

0

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଘରୋଇ ମାଇକ୍ରୋବ୍ଲଗିଂଗ ୱେବସାଇଟ ରେ ଗୋଟିଏ ପୋଷ୍ଟର ସେୟାର କରି କହିଛନ୍ତି କି କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରେ ଫସି ରହିଥିବା ଭାରତୀୟ ମାନଙ୍କୁ ସେଠାରୁ ବାହାରିବା ଦିନରାତି ପରିଶ୍ରମ କରିଛନ୍ତି l ପିୟୁଷ ଗୋଏଲ ଗୋଟିଏ କ୍ୟାରିକେଚର ସେୟାର କରି କହିଛନ୍ତି ଯେ କିଭଳି ଅନ୍ୟ ଦେଶର ନାଗରିକ ନିଜ ଦେଶକୁ ସାହାଯ୍ୟ ପାଇଁ ଭିକ୍ଷା କରୁଛନ୍ତି l ଅନ୍ୟ ପକ୍ଷରେ ନରେନ୍ଦ୍ର ମୋଦି ଗୋଟିଏ ବ୍ରିଜ ଭଳି କାମ କରୁଛନ୍ତି ଓ ୟୁକ୍ରେନ ରେ ଫସି ରହିଥିବା ଭାରତୀୟ ଛାତ୍ର ଙ୍କୁ ଦେଶକୁ ଆଣୁ ଛନ୍ତି l

କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ ଙ୍କ ଦ୍ୱାରା ସେୟାର କରାଯାଇ ଥିବା ଏହି କ୍ୟାରିକେଚର ରେ ଗୋଟିଏ ନଦୀ ରହିଛି l ନଦୀର ଗୋଟିଏ ପାର୍ଶ୍ୱରେ ୟୁକ୍ରେନ ରେ ଫସି ଥିବା ଛାତ୍ର ଭାରତ, ଚୀନ , ପାକିସ୍ତାନ ଓ ଆମେରିକା ଭଳି ଦେଶ ରହିଛନ୍ତି l ୟୁକ୍ରେନ ରେ ଫସିଥିବା ଲୋକମାନେ ନିଜ ଦେଶ କୁ ସାହାଯ୍ୟ ପାଇଁ ହାତ ବଢା଼ଉ ଛନ୍ତି, କିନ୍ତୁ କେବଳ ନରେନ୍ଦ୍ର ମୋଦି ଯିଏ କି ପାଣି ଭିତରେ ପଶି ଦୁଇଟି ହାତ କୁ ଦୁଇ ପାର୍ଶ୍ୱକୁ ବଢ଼ାଇ ପୋଲ ଭଳି ଠିଆ ହୋଇଛନ୍ତି ଏବଂ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରୁଛନ୍ତି l

ୟୁକ୍ରେନ ରେ ଫସିଥିବା ଭାରତୀୟ ଛାତ୍ରଙ୍କ ପାଇଁ ଭାରତ ସରକାର ‘ ମିଶନ ଗଙ୍ଗା ‘ ଆରମ୍ଭ କରିଛନ୍ତି l

Leave A Reply