Odisha news

ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ

0
ବୁଗୁଡ଼ା : ତା ୦୧/୦୩/୨୨ :  ମହାଶିବରାତ୍ରୀ ଉପଲକ୍ଷେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଜାଗର ଯାତ୍ରା ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ସହ କଇମର କୁବେରେଶ୍ୱର , ଭାମଶିଆଳିର ଲୋକନାଥ ମନ୍ଦିର , ବୀରଧନଞ୍ଜୟପୁର ଓ ବୁଗୁଡ଼ାର ବାଲୁଙ୍କେଶ୍ଵର , ଉଦୟପୁର ଶିବ ମନ୍ଦିର , ବୁଗୁଡ଼ାର ସୋମନାଥ ମନ୍ଦିର ଓ କାଶିବିଶ୍ବନାଥ ମନ୍ଦିର , ଗୋଲିଆର ଲଙ୍ଗଳେଶ୍ୱର ମନ୍ଦିର , ବିଲିପଦରର ନୀଳକଣ୍ଠେଶ୍ଵର ମନ୍ଦିର , ମାଣିତରାର କପିଳେଶ୍ଵର ମନ୍ଦିର , ମକରାପଲ୍ଲୀର ରାମେଶ୍ଵର ମନ୍ଦିର , ଭୋଗଡାର ଉମାଶଙ୍କର ମନ୍ଦିର ଏବଂ ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ଶିବ ମନ୍ଦିରରେ ଜାଗର ଯାତ୍ରା ପାଳିତ ହୋଇଯାଇଥିବା ବେଳେ ଅଧିକାଂଶ ଶୈବପୀଠରେ ଭକ୍ତମାନଙ୍କ ଉଜାଗର ନିମିତ୍ତ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତିନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି  ।
Leave A Reply