Odisha news

ଋଣ ଭାର ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଉପାୟ

0

ଏମିତିରେ ଋଣ ନେବାକୁ କେହି ଇଛା କରି ନାହାନ୍ତି l କିନ୍ତୁ ମଣିଷ ଜୀବନରେ ବେଳେବେଳେ ଏପରି ପରିସ୍ଥିତି ଦେଖା ଦେଇଥାଏ ଯାହା ତାକୁ ଋଣ ନେବାକୁ ବାଧ୍ୟ କରିଥାଏ l ଧୀରେଧୀରେ ଏହି ଋଣ ଭାର ଏତେ ବଢିଯାଏ ଯେ ମଣିଷ ଜୀବନର ସୁଖ ଶାନ୍ତି ସବୁ ହଜିଯାଏ l ମାନ୍ୟତା ରହିଛି ଯେ ଅଧିକାଂଶ ସମୟ ମଣିଷ ଋଣ ନେଇ ତାକୁ ସୁଝି ନପାରିବାର କାରଣ ହେଉଛି ବାସ୍ତୁ ଦୋଷ l ତେଣୁ ଆସନ୍ତୁ ଜାଣିବା କିପରି ଏହି ଋଣଭାର ରୁ ନିଜକୁ ମୁକ୍ତି ଦେବା l

– ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ବାଥ ରୁମ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ତେବେ ଅନାବଶ୍ୟକ ଋଣ ଭାରରେ ଲଦି ହୋଇଯିବେ l

– ଯଦି ଏହିଭଳି ସ୍ଥାନରେ ବାଥରୁମ ରହିଛି ତେବେ ଦକ୍ଷିଣ ପଶ୍ଚିମ ଦିଗରେ ଗୋଟିଏ ପାତ୍ରରେ ଲୁଣ ରଖି ଦିଅନ୍ତୁ l ବାସ୍ତୁ ଦୋଷ ଦୂର ହେବ l

– ଯଦି ଆପଣ ଋଣ ନେଇଛନ୍ତି ତେବେ ତାର ପ୍ରଥମ କିସ୍ତି ଦେବା ପୂର୍ବରୁ ଗଣପତି ଙ୍କ ନିକଟ ରେ ପ୍ରସାଦ ଅର୍ପଣ କରନ୍ତୁ l

– ଘର ତିଆରି ଆପଣ ଯେତେବେଳେ କରୁଛନ୍ତି ତାର ପୂର୍ବ ଉତ୍ତର ଦିଗରେ କାଚ ଲଗାନ୍ତୁ , ଏହାଦ୍ୱାରା ଋଣ ସମସ୍ୟା ରହିବ ନାହିଁ l

– ଖାଇବା ପରେ କଦାପି ଅଇଁଠା ବାସନ ରୋଷେଇ ଘରେ ଛାଡିବା ଉଚିତ ନୁହେଁ ଏହାଦ୍ୱାରା ଋଣଭାର ବଢିଥାଏ l

– ନିଜ ପୂଜା ଗୃହରେ ଉତ୍ତର ଦିଗରେ ସର୍ବଦା କୁବେର ଓ ଲକ୍ଷ୍ମୀ ଙ୍କ ଫଟୋ ରଖିବା ଉଚିତ l

Leave A Reply