Odisha news

ଓଜନ ହ୍ରାସ କରିବାର ସୁପର ରିଫ୍ରେସିଙ୍ଗ ଡ୍ରିଙ୍କ : ଏହାକୁ ନିୟମିତ ସେବନ କରି ସହଜ ରେ ଓଜନ ହ୍ରାସ କରିପାରିବେ

0

୧ – ଆମେ ପ୍ରତିଦିନ ଯେଉଁସବୁ ପାନୀୟକୁ ପିଇଥାଉ ତାହା ଆମ ଶରୀର ଉପରେ ଦିନସାରା ପ୍ରଭାବ ପକାଇଥାଏ l ଏହି ପାନୀୟ ଆପଣଙ୍କ ଓଜନ ବୃଦ୍ଧି ଓ ହ୍ରାସ ର କାରଣ ହୋଇଥାଏ l ଯଦି ଆପଣ ନିଜର ଦିନଚର୍ଯ୍ୟା ରେ କିଛିଟା ସ୍ୱାସ୍ଥ୍ୟକର ପାନୀୟ ସାମିଲ କରିବେ ତେବେ ଏହା ଆପଣଙ୍କ ଓଜନ ଉପରେ ସକାରାତ୍ମକ ଉର୍ଜା ପକାଇବ l ଏହା ବ୍ୟତୀତ ଆପଣଙ୍କ ମେଟାବୋଲିଯିମ ବୃଦ୍ଧି ହେବ ଏବଂ ଆପଣ ସୁସ୍ଥ ରହିବେ l

୨ – ବ୍ଲାକ କଫି : ଆମ ଭିତରୁ ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ଚା ପିଇବା l ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି ତେବେ ଏହାକୁ ଆପଣ କଫି ରେ ପରିବର୍ତନ କରି ପାରିବେ l କଫି ରେ କାଫିନ ଉର୍ଜା ର ମାତ୍ରା କୁ କମ କରିଥାଏ ଓ ମେଟାବୋଲିଯିମ ବୃଦ୍ଧି କରିଥାଏ l ଯଦି ଆପଣ କାମ କରୁଥିବା ସମୟରେ ଆଳସ୍ୟ ଅନୁଭବ କରୁଛନ୍ତି ତେବେ ଗୋଟିଏ କପ କଫି ନିଶ୍ଚିନ୍ତ ପିଇ ପାରିବେ l ଓଜନ କମାଇବା ପାଇଁ କେବଳ ବ୍ଲାକ କଫି ପିଇବା ଆବଶ୍ୟକ l

୩ – ଗ୍ରୀନ ଟି : ଓଜନ ହ୍ରାସ କରିବା ପାଇଁ ଆଉ ଗୋଟିଏ ଭଲ ପାନୀୟ ହେଲା ଗ୍ରୀନ ଟି l ଏଥିରେ ଏପିଗେଲୋ କେଟେଚିନ ଗେଲେଟ ନାମକ ଗୋଟିଏ ଆଣ୍ଟି ଏଜିଙ୍ଗ ରହିଛି l ଯାହା ଫ୍ୟାଟ ବର୍ନ କରିବାରେ ସାହାଯ୍ୟ କରିଥାଏ l

୪ – ଅଦା ଚା : ଯଦି ଆପଣଙ୍କ ଚା ପିଇବା ଅଭ୍ୟାସ ରହିଛି ତେବେ ନିୟମିତ ଅଦା ଚା ପିଇବା ଆବଶ୍ୟକ l ଅଦାରେ ଆଣ୍ଟି ଅକ୍ସିଡାଂଟ ରହିଛି ଓ ଆଣ୍ଟି ଇମ୍ଫଲାମେଟରୀ ଗୁଣ ରହିଛି, ଅଦା ହାର୍ଟ ପାଇଁ ମଧ୍ୟ ଖୁବ ହିତକର l ନୀତିଦିନ ଅଦା ଚା ପିଇବା ଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l

୫ – ଲେମ୍ବୁ ପାଣି : ଲେମ୍ବୁପାଣି ଓଜନ ହ୍ରାସ କରିବା ପାଇଁ ସବୁଠୁ ଉପଯୋଗୀ l ନୀତିଦିନ ଲେମ୍ବୁପାଣି ପିଇଲେ ମେଟାବୋଲିଯିମ ବୃଦ୍ଧି ହୋଇଥାଏ l ଯାହା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ଓ ଇମ୍ୟୁନିଟି ମଧ୍ୟ ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l

୬ – ପଇଡ଼ ପାଣି : ପଇଡ଼ ପାଣି ସବୁଠୁ ଶୁଦ୍ଧ ପାନୀୟ ଅଟେ l ପଇଡ଼ ପାଣିରେ ମେଟାବୋଲିଯିମ ବୃଦ୍ଧି ହୋଇ ଓଜନ ହ୍ରାସ ହୋଇଥାଏ l ଏଥିରେ କ୍ୟାଲୋରୀ ବିଲକୁଲ ନଥାଏ l ଏଥିରେ ଜୈବ ସକ୍ରିୟ ଏଞ୍ଜାଇମ ରହିଥାଏ ଯାହା ପାଚନ ଶକ୍ତିକୁ ବୃଦ୍ଧି କରିଥାଏ l

Leave A Reply