ଆଜି ହେଉଛି ମହାଶିବରାତ୍ରି : ଏହିଦିନ ବ୍ରତ ଓ ଉପବାସ କରି କିପରି ମୋକ୍ଷ ଲାଭ କରିହେବ, କଣ ରହିଛି ଏହାର ମହତ୍ୱ
ମହାଶିବରାତ୍ରି କୁ ବ୍ରତ ମାନଙ୍କର ରାଜା ବୋଲି କୁହାଯାଏ l ଏହିଦିନ ଦେବ ଦେବ ମହାଦେବ ଦିବ୍ୟ ରୂପରେ ଧରାପୃଷ୍ଠ କୁ ଅବତରଣ କରି ଥାଆନ୍ତି ବୋଲି ମାନ୍ୟତା ରହିଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମହାଶିବରାତ୍ରି ଚତୁର୍ଦଶୀ ତିଥିରେ ପାଳିତ ହୋଇଥାଏ l ପ୍ରତିମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଶିବରାତ୍ରି ପାଳିତ ହୋଇଥାଏ, ଫାଲ୍ଗୁନ ମାସ ଚତୁର୍ଦଶୀ ତିଥିରେ ମହାଶିବରାତ୍ରି ପାଳିତ ହୋଇଥାଏ l ଚଳିତ ବର୍ଷ ମହାଶିବରାତ୍ରି ମାର୍ଚ୍ଚ ୧ ତାରିଖ ଦିନ ଅନୁଷ୍ଠିତ ହେବ l
* ଶିବପୁରାଣ ଅନୁସାରେ ମହାଶିବରାତ୍ରି ଦିନ ପ୍ରାତଃ କାଳରୁ ମସ୍ତକରେ ଭସ୍ମ ଧାରଣ କଲେ ମହାଦେବ ୭ଜନ୍ମ ର ପାପ କ୍ଷୟ କରି ଥାଆନ୍ତି l ଅଜାଣତ ରେ ହୋଇଥିବା ପାପ ମଧ୍ୟ ଦୁରେଇ ଯାଇଥାଏ l ଏହିଦିନ ଶିବ ମନ୍ଦିର ଯାଇ ବିଧି ପୂର୍ବକ ପୂଜା କରିବା ଆବଶ୍ୟକ l
* ଯେତେବେଳେ ଶିବ ପଞ୍ଚାକ୍ଷରୀ କିମ୍ବା ଶିବ ଚାଳିଶା ପାଠ କରୁଛନ୍ତି ସେତେବେଳେ ଗଳା ରେ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ l କାରଣ ଏହାଦ୍ୱାରା ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଜୀବନରୁ ଅନ୍ଧକାର ଦୂର କରି ଥାଆନ୍ତି l
* ଶିବରାତ୍ରି ର ଅର୍ଥ ହେଉଛି ସେହି ରାତ୍ରି ଯାହାର ଶିବ ତତ୍ୱ ସହିତ ଘନିଷ୍ଠ ସମ୍ପର୍କ ରହିଛି l ଏହିଦିନ ରାତିରେ ଜାଗରଣ ରହି ଅଭିଷେକ କରି ମହାଦେବ ଙ୍କୁ ସନ୍ତୁଷ୍ଟ କରାଯାଏ ଓ ପୁଣ୍ୟ ଲାଭ କରାଯାଇ ଥାଏ l
* ସ୍କନ୍ଦ ପୁରାଣ ଅନୁସାରେ ମହାଶିବରାତ୍ରି ରେ ଜାଗରଣ ଓ ଉପବାସ କରି ପୁନର୍ଜନ୍ମ ପ୍ରାପ୍ତ ହୁଏ ନାହିଁ, ଅର୍ଥାତ ମୋକ୍ଷ ପ୍ରାପ୍ତି ହୋଇଥାଏ l ଶିବ ପୁରାଣ ରେ ମୋକ୍ଷର ୪ଟି ରାସ୍ତା ମଧ୍ୟରୁ ଗୋଟିଏ ହେଉଛି ମହାଶିବରାତ୍ରି ବ୍ରତ l ଅର୍ଥାତ ଏହାକୁ ନିହାତି କରିବା ଆବଶ୍ୟକ l
* ମହାଦେବ ଆମକୁ କାମ,କ୍ରୋଧ,ଲୋଭ,ମୋହ,ରୁ ମୁକ୍ତ କରି ଥାଆନ୍ତି ଓ ଶାନ୍ତି ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି l ଶାସ୍ତ୍ର ଅନୁସାରେ ଯେଉଁମାନେ ଏହିଦିନ ବିଧିବଦ୍ଧ ଭାବରେ ବ୍ରତ କରିବେ ମୋକ୍ଷ ପ୍ରାପ୍ତି ହେବ l ଏହାଦ୍ୱାରା ଭୟ ଓ ପାପ ଦୁରେଇ ଯାଇଥାଏ l
ଶିବ ର ଅର୍ଥ –
ଶିବର ଅର୍ଥ ହେଲା ବେଦ l ଶିବପୁରାଣରେ କୁହାଯାଇଛି ଯେ ବେଦ ହେଉଛି ଶିବ ଓ ଶିବ ହେଉଛନ୍ତି ବେଦ l ମହାଦେବ ବେଦ ସ୍ୱରୂପ ଅଟନ୍ତି l ଏହା ସନାତନ ଧର୍ମରେ ବେଦ ଅଧ୍ୟୟନ,ଆଧ୍ୟାତ୍ମିକ ଚିନ୍ତନ ଆରମ୍ଭ କରିବା ପାଇଁ ଉତ୍କୃଷ୍ଟ ହୋଇଥାଏ l ବେଦ ର ମୂଳମନ୍ତ୍ର ହେଲା ପରଉପକାର,ଜିବେସୁ ଦୟା ଭାବ,ଲୋକକଲ୍ୟାଣ କାର୍ଯ୍ୟ ହେଉଛି ବେଦ ର ମୂଳମନ୍ତ୍ର l