Odisha news

ଖଣ୍ଡାରେ ଆକ୍ରମଣ କରି ଯୁବକ ଗିରଫ

0

ଭୁବନେଶ୍ୱର : କଟୁରୀ ଗ୍ୟାଙ୍ଗର ଅନ୍ୟ ଏକ ସଦସ୍ୟକୁ ପୋଲିସ ଗିରଫ କରିଛି । ଟଙ୍କା ନ ଦେବାରୁ ଜନୈକ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୁରୁବାର ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୋଗକାରୀ ପୁରୁଣା ଷ୍ଟେସନ ବଜାରର ଏନ୍.ନାଗୁ ଓରଫ୍ ଏନ୍.ନଗେସ୍(୧୯)କୁ ଗିରଫ କରି କୋର୍ଟ ଚାଲାଣ କରିଛଇ । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୋଲିସ ସୂଚନାନୁସାରେ, ଅଭିଯାଗିକାରି ପ୍ରଶାନ୍ତ କୁମାର ସାହୁଙ୍କ ଶଳା ମାନସ କୁମାର ସେନାପତି କଳ୍ପନା ଛକ ନିକଟସ୍ଥ ପ୍ରେସରେ କାର୍ଯ୍ୟ କରନ୍ତି । ଗତ ତା ୨୮.୦୧.୨୦୨୨ ରିଖ ଭୋର ପ୍ରାୟ ୪.୧୫ରେ ମାନସ ପ୍ରେସ କାର୍ଯ୍ୟସାରି ଷ୍ଟେସନ୍ ବଜାରକୁ ଚା’ ପିଇବା ପାଇଁ ଯାଇ ଚିନ୍ତାମଣିଶ୍ୱର ଛକ ଦେଇ ଫେରିବା ସମୟରେ ଅଭିଯୁକ୍ତ ନାଗୁ ସହଯୋଗୀଙ୍କ ସହିତ ତାଙ୍କୁ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ୩୦,୦୦୦/- ଟଙ୍କା ଓ ତାଙ୍କର ମୋବାଇଲ ଛଡାଇ ନେବା ସହିତ ଗୋଟିଏ ଖଣ୍ଡାରେ ଆକ୍ରମଣ କରି ସେ ସ୍ଥାନରୁ ପଳାଇଥିଲେ । ଫଳରେ ମାନସଙ୍କର ମୁଣ୍ଡ, ଗୋଡ ଏବଂ ହାତରେ ଗଭୀର ଆଘାତ ହୋଇଥିଲା ।

ଏ ନେଇ ପ୍ରଶାନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ନିକଟରେ ନୟାପଲ୍ଲି ଥାନା କେସ ନମ୍ୱର ୯୬/୨୦୨୨ ରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଜଣା ପଡିଥିଲା ଯେ ଅଭିଯୁକ୍ତ ଅରୁଣ କୁମାର ସାହୁ ତାଙ୍କ ସହଯୋଗୀଙ୍କ ସହିତ ମୋଟରସାଇକେଲ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅପରାଧ କରିଛି । ଅଭିଯୁକ୍ତ ଏକଥା ମଧ୍ୟ କହିଥିଲେ ଯେ ଗତ ୨୮.୦୧.୨୦୨୨ ରିଖରେ ତାଙ୍କର ସହଯୋଗୀ ଜୟଦେବ ଏବଂ ନାଗୁ ଉକ୍ତ ଅପରାଧ ଘଟାଇଥିଲେ । ଏହି ତଥ୍ୟ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ଅଭିଯୁକ୍ତ ନାଗୁକୁ ଷ୍ଟେସନ୍ ବଜାର ଅଞ୍ଚଳରୁ କାବୁ କରିଥିଲା । ଏହି କେସ୍ର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply