Odisha news

ଯଦି ଋଣ ଭାରରେ ଡୁବି ଯାଇଛନ୍ତି ତେବେ ଗୁରୁବାର ଦିନ ଗଣପତି ଓ ମାତା ଲକ୍ଷ୍ମୀଙ୍କୁ କରନ୍ତୁ ଏହିଭଳି ଆରାଧନା ମିଳିବ ସୁଫଳ

0

ଗୁରୁବାର ଦିନର ବିଶେଷ ମହତ୍ୱ ଆମ ହିନ୍ଦୁ ଧର୍ମରେ ରହିଛି l ଏହିଦିନ ଆମେ ବିଧି ବଧ ଭାବରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାଉ, କିନ୍ତୁ ଏହିଦିନ ଗଣପତିଙ୍କୁ ମଧ୍ୟ ପୂଜା କରାଯିବାର ବିଶେଷ ବିଧି ରହିଥାଏ l ଗଣପତି ହେଉଛନ୍ତି ସମସ୍ତ ବିଘ୍ନ ର ନାଶକ, ତାଙ୍କୁ ଯଦି ଆମେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ସହିତ ପୂଜା କରିବା ତେବେ ଆମେ ଋଣ ମୁକ୍ତି ହେବା ସହିତ ଆମ ଭାଗ୍ୟ ମଧ୍ୟ ଚମକି ଉଠିବ l କାରଣ ଋଣ ଗ୍ରସ୍ତ ମନୁଷ୍ୟ ଚିନ୍ତା ରେ ରୋଗ ଗ୍ରସ୍ତ ହୋଇ ଯାଇଥାଏ l

ଆସନ୍ତୁ ଜାଣିବା ଉପାୟ ଗୁଡିକ କଣ –

* ଘରର ଉତ୍ତର ଦିଗ ଗଣପତି ଓ କୁବେରଙ୍କ ଦିଗ ଅଟେ l ଗୁରୁବାର ଦିନ ସକାଳୁ ସ୍ନାନ ସାରି ଏହି ଦିଗରେ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ଉଦେଶ୍ୟରେ ଗୋଟିଏ କଳସ ସ୍ଥାପନା କରନ୍ତୁ l ଏହି କଳସ ସ୍ଥାପନା କରିବା ସମୟରେ ” ଓଂ ଲଖ୍ମୈ ଗଣପତୟେ ସ୍ୱାହା ” ମନ୍ତ୍ର ଉଚ୍ଚାରଣ କରିବେ ଓ ଗୋଟିଏ ଘିଅ ଦୀପ ଜଳାଇବେ l ଏପରି କରିବା ଦ୍ୱାରା ୠଣମୁକ୍ତି ବାଟ ଖୋଲିଯିବ l

* ଗୁରୁବାର ଦିନ ସକାଳୁ ଗାଧୋଇ ସାରି ଘର ର ମୁଖ୍ୟ ଦ୍ୱାରରେ ଭଗବାନ ଗଣପତି ଙ୍କୁ ସ୍ମରଣ କରି ” ଓଂ ଶ୍ରୀ ଗଣେଶ ରୁଣଜ୍ଞ ଛିଂଦି ବରେନ୍ୟଙ୍ଗ ” ମନ୍ତ୍ର ଜପ କରନ୍ତୁ l ଏହି ମନ୍ତ୍ରଟିକୁ ଗୁରୁବାର ଦିନ ୧୧ ଥର ଜପ କରନ୍ତୁ l

* ପୂଜା ଘରେ ନିହାତି ଜଳ ରଖିବା ଆବଶ୍ୟକ, କାରଣ ପୂଜା ସମୟରେ ପଞ୍ଚ ତତ୍ୱ ଆକାଶ,ପୃଥିବୀ,ବାୟୁ,ଜଳ ଓ ଅଗ୍ନି ମିଳିତ ହେବା ନିହାତି ଆବଶ୍ୟକ l ଯାହା ଆପଣଙ୍କ ଜୀବନରୁ ସମସ୍ତ ଅସୁବିଧା କୁ ଦୂର କରିବେ l

* ଆମକୁ ଋଣଗ୍ରସ୍ତ କରାଇ ଥାଏ ଜଳ ନଷ୍ଟ, ତେଣୁ କଦାପି ଘରେ ଜଳ ନଷ୍ଟ କରନ୍ତୁ ନାହିଁ l ତେଣୁ ଘରେ ଯଦି କୌଣସି ନଳ ରୁ ଜଳ ପଡୁଛି ତାହାକୁ ଯଥା ଶୀଘ୍ର ବନ୍ଦ କରନ୍ତୁ l

* ପ୍ରତି ଗୁରୁବାର ସକାଳୁ ଋଣ ହର୍ତା ଶ୍ରୀ ଗଣେଶ ଓ ଧନ ର ଦେବୀ ମାତା ଲକ୍ଷ୍ମୀଙ୍କ ର ମିଳିତ ଭାବରେ ପୂଜା କରନ୍ତୁ l ଏହାପରେ ଘରର ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ କୌଣସି କାର୍ଯ୍ୟ କରନ୍ତୁ l ଯାହା ଆପଣଙ୍କୁ ଉନ୍ନତି କରାଇବ l

Leave A Reply