Odisha news

ମହାଶିବରାତ୍ରୀ ରେ ରାଶି ଅନୁସାରେ ଧାରଣ କରନ୍ତୁ ରୁଦ୍ରାକ୍ଷ : ବର୍ଷ ସାରା ବରସିବ ମହାଦେବଙ୍କ କୃପା

0
ହିନ୍ଦୁ ଧର୍ମରେ ମହାଶିବରାତ୍ରୀ ହିନ୍ଦୁ ମାନଙ୍କର ଗୋଟିଏ ପ୍ରସିଦ୍ଧ ପର୍ବ ଅଟେ । ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଚତୁର୍ଦ୍ଦଶୀ ତିଥି ରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଥାଏ । ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ମହାଶିବରାତ୍ରୀ ଗୋଟିଏ ପ୍ରସିଦ୍ଧ ଦିନ ଅଟେ । ଶାସ୍ତ୍ର ଅନୁସାରେ ମହାଦେବ ଓ ମାତା ପାର୍ବତୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହାଶିବରାତ୍ରୀ ଦିନ ମହାଦେବ ଙ୍କ ମହାପ୍ରସାଦ ରୁଦ୍ରାକ୍ଷ ବିଧି ବିଧାନ ଭାବରେ ଧାରଣ କରାଯାଇ ଥାଏ ।
ମହାଦେବ ଙ୍କୁ ଯେତେ ଗୁଡ଼ିଏ ଜିନିଷ ଅର୍ପଣ କରାଯାଏ ସେଥିରୁ ସବୁଠୁ ପ୍ରିୟ ହେଉଛି ବେଲପତ୍ର ଓ ରୁଦ୍ରାକ୍ଷ । ଯଦି ଆପଣ ଚାହୁଁଛନ୍ତି ଜୀବନ ରେ ସଫଳତା ପ୍ରାପ୍ତ କରିବା ପାଇଁ ତେବେ ମହାଶିବରାତ୍ରୀ ଦିନ ରୁଦ୍ରାକ୍ଷ ଧାରଣ ନିହାତି କରିବା ଉଚିତ୍ । କୁହାଯାଏ ଯେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରୋଗ, ଭୟ , ଶୋକ ଦୂରେଇ ଯାଇଥାଏ ଓ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ରାଶି ଅନୁସାରେ ଧାରଣ କରନ୍ତୁ ରୁଦ୍ରାକ୍ଷ:
* ମେଷ ରାଶି- ଏକ ମୁଖି, ତିନି ମୁଖୀ ଓ ପଞ୍ଚ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ବୃଷ ରାଶି – ୪ ମୁଖୀ, ୬ ମୁଖୀ,୧୪ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ମିଥୁନ ରାଶି – ୪ ମୁଖୀ, ୫ମୁଖୀ, ୧୩ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
* କର୍କଟ ରାଶି – ୩ମୁଖୀ,୫ମୁଖୀ ଓ ଗୌରୀ ଶଙ୍କର ଙ୍କ ରୁଦ୍ରାକ୍ଷ ଧାରଣ କରନ୍ତୁ ।
* ସିଂହ ରାଶି – ୧ମୁଖୀ,୩ମୁଖୀ ଓ ୫ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* କନ୍ୟା ରାଶି – ୪ ମୁଖୀ, ୫ ମୁଖୀ ,୧୩ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ତୁଳା ରାଶି – ୪ ମୁଖୀ, ୬ମୁଖୀ ଓ ୧୪ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ବିଛା ରାଶି – ୩ ମୁଖୀ ଓ ୫ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ଧନୁ ରାଶି – ୧ ମୁଖୀ, ୩ ମୁଖୀ, ୫ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
* ମକର ରାଶି – ୪ ମୁଖୀ, ୬ ମୁଖୀ ଓ ୧୪ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
* କୁମ୍ଭ ରାଶି – ୧ମୁଖୀ, ୬ମୁଖୀ ଓ ୧୪ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
* ମୀନ ରାଶି – ୩ ମୁଖୀ ରୁଦ୍ରାକ୍ଷ,୫ ମୁଖୀ ଓ ୬ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
Leave A Reply