କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫକୁ ଚକମା ଦେଇ ଖସି ପଳାଇବାରେ ସଫଳ ହୋଇଥିଲା କୁଖ୍ୟାତ ନିଶା ବେପାରୀ ଏମ୍ଡି ରାଜା । ଏଟିଏଫ ଗତ ମାସ ୧ ତାରିଖ ଦିନ ନୟାଗଡ଼ରୁ ଏସଟିଏଫ୍ ଟିମ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ କୁଖ୍ୟାତ ବେପାରୀ ଏମଡି ରାଜା ଫେରାର ହୋଇଯାଇଥିଲା । ଫଳରେ ଏସଟିଏଫ୍ ୨ ଜଣ ବେପାରୀଙ୍କ ଠାରୁ ୩ କୋଟି ୧୦ ଲକ୍ଷ ଟଙ୍କାର ୩ କେଜି ୧୦୦ ଗ୍ରାମ ବ୍ରାଉନସୁଗାର, ୩ଟି ବନ୍ଧୁକ, ୭ଟି ମାଗାଜିନ୍, ନଗଦ ୬୫ ଲକ୍ଷ ଟଙ୍କା ଓ ୪୩ ଟି ଗୁଳି ଜବତ କରିଥିଲା । ଏମାନେ ବ୍ରାଉନସୁଗାର କାରବାର କରିବା ସହ ଅପରାଧୀକ କାର୍ଯ୍ୟରେ ଲିପ୍ତ ରହିଥିଲେ । ଯାହାଫଳରେ ଏମାନେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିଥିଲେ । ସେବେଠାରୁ ରାଜା ଏସଟିଏଫ୍ କୁ ଚକମା ଦେଇ ଫେରାର ରହିଥିବା ବେଳେ ମଙ୍ଗଳବାର ଟିମ ରାଜାକୁ ରାଜଧାନୀର ଝରଣାସାହି ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୪ ତାରିଖରେ ନୟାଗଡ଼ରେ ୩ ଜଣ ଏକ କାରରେ ୩ କେଜି ୧୦୦ ଗ୍ରାମ ବ୍ରାଉନସୁଗାର ନେଇ କାରବାର କରିବାର ଖବର ପାଇ ଏସଟିଏଫ୍ ଟିମ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ସେହି ସମୟରେ ମାଷ୍ଟର ମାଇଣ୍ଡ ଏମଡ଼ି ରାଜା ଟିମ ହାତରୁ ଫେରାର ହୋଇଯାଇଥିଲା । ଯାହାଫଳରେ ଏସଟିଏଫ୍ କାର ଭିତରୁ ୩ କୋଟି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୩ଟି ବନ୍ଧୁକ, ୭ଟି ମାଗାଜିନ୍, ୪୩ଟି ଗୁଳି ଓ ନଗଦ ୬୫.୩୨ ଲକ୍ଷ ଟଙ୍କା ଜବତ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ଏମାନଙ୍କ ବିଷୟରେ ତଦନ୍ତ ଚଳାଇ ଏସଟିଏଫ୍ ଜାଣିବାକୁ ପାଇଥିଲା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜା ହେଉଛି ମାଷ୍ଟର ମାଇଣ୍ଡ । ରାଜା ବ୍ରାଉନସୁଗାର କାରବାର କରିବା ସହ ବନ୍ଧୁକ କାରବାର ଚଳାଉଥିଲା । ସେବେଠାରୁ ପୁଲିସ ତାକୁ ଖୋଜୁଥିବା ବେଳେ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ସମୟରେ କୁଖ୍ୟାତ ନିଶା ବେପାରୀ ଶିବ ପ୍ରସାଦ ଦାସ ଓରଫ ଶିବୁକୁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ଗିରଫ କରିବାରେ ସଫଳ ହୋଇଛି । ଶିବୁ ପାଖରୁ ୧ କେଜି ୨୨୭ଗ୍ରାମ ବ୍ରାଉନସୁଗର, ଗୋଟିଏ ପଲ୍ସର୍ ବାଇକ୍ ଓ ୫ଟି ମୋବାଇଲ ଫୋନ୍ ତଦନ୍ତକାରୀ ଟିମ୍ ଜବତ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ଦେଢ଼ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି । ତେବେ ଶିବୁକୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଅନ୍ୟପଟେ ଶିବୁର ବ୍ରାଉନସୁଗର ଚେର ଖୋଜିବାକୁ ତାକୁ ଏସ୍ଟିଏଫ୍ ରିମାଣ୍ଡ ଆଣି ଜେରା କରିବାକୁ ଯୋଜନା କରିଛି । ଗତ ଜାନୁଆରୀ ୨୫ ତାରିଖରେ ନୟାଗଡରେ ଏସ୍ଟିଏଫ୍ ଚଢ଼ଉ କରି ୩ କେଜି ବ୍ରାଉନସୁଗର ସମେତ ବନ୍ଧୁକ, ଗୁଳି ଓ ନଗଦ ୬୫ ଲକ୍ଷ ଟଙ୍କା ଜବତ କରିଥିଲା ।