ଆମେ ନିଜର ବ୍ୟକ୍ତିଗତ ଜୀବନରେ କାହା ସହିତ ମିଶିବା ଓ କାହା ସହିତ ନମିଶିବା ତାହା ଆମ ନିଜ ଉପରେ ନିର୍ଭର କରିଥାଏ । ଯେତେବେଳେ ଆମେ ସମାଜରେ ରହୁଛୁ ବିଭିନ୍ନ ପ୍ରକାରର ଲୋକଙ୍କୁ ନେଇ ଦୈନନ୍ଦିନ ଜୀବନରେ ବଞ୍ଚୁ । କିନ୍ତୁ କିଛିଟା ଲୋକ ମଧ୍ୟ ଏପରି ଆସି ଥାଆନ୍ତି ଯେଉଁ ମାନଙ୍କ ସହିତ ସମ୍ପର୍କ ରଖିବା ଆମକୁ ମହଙ୍ଗା ପଡିଥାଏ । ଯାହା କି ଭବିଷ୍ୟତ ରେ ବିପଦରେ ପକାଇ ଥାଏ । ମଣିଷ ଯେତେ ଭଲ ହୋଇଥାଏ ପଛେ ତା ସଂଗତି ତାକୁ ଖରାପ୍ ବାଟରେ ପରିଚାଳିତ କରିଥାଏ । ସେଥିପାଇଁ ବନ୍ଧୁତା କରିବା ପୂର୍ବରୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
* ଖରାପ୍ ଅଭ୍ୟାସ ଥିବା ବ୍ୟକ୍ତି : ପ୍ରତ୍ୟେକ ମଣିଷ ଙ୍କ ର କିଛି ନା କିଛି ଖରାପ୍ ଅଭ୍ୟାସ ରହିଥାଏ । କିନ୍ତୁ ଯେତେବେଳେ ଆମେ ତା ସହିତ ବନ୍ଧୁତା ସ୍ଥାପନ କରୁ ଆମକୁ ତାର ଖରାପ୍ ଅଭ୍ୟାସ କୁ ଅଣଦେଖା କରିବା ଉଚିତ୍ । ଯେପରିକି ପର ନିନ୍ଦା, ମିଛ, ଚୋରି ଇତ୍ୟାଦି । ନଚେତ୍ ଆମେ ମଧ୍ୟ ସେହିଭଳି ହୋଇଯିବା ।
* ଅପରାଧ ପ୍ରବୃତ୍ତି ବ୍ୟକ୍ତି : ଅପରାଧ ପ୍ରବୃତ୍ତି ବ୍ୟକ୍ତି ନିକଟରୁ ଦୂରେଇ ରହିବା ଆବଶ୍ୟକ । ନଚେତ୍ ଆପଣ ମଧ୍ୟ ଦିନେ ନା ଦିନେ ତାର ପ୍ରକୃତି ଯୋଗୁଁ ବିପଦରେ ପଡ଼ିବେ ।
* ଅସୁବିଧା ସମୟରେ ଦୂରେଇ ଯାଇଥିବା ବ୍ୟକ୍ତି : ଯେଉଁ ବ୍ୟକ୍ତି ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ହାତ ଛାଡ଼ି ଦେଇ ଥାଏ ସେପରି ବ୍ୟକ୍ତି ସହିତ ବନ୍ଧୁତା ଭୟଙ୍କର ।
* ଲୋଭି ମଣିଷ : ଲୋଭି ଲୋକ ମାନେ ନିଜର ମଧ୍ୟ କ୍ଷତି ଘଟାଇ ଥାଆନ୍ତି , ତା ସହିତ ତାଙ୍କ ସହ ରହୁଥିବା ଲୋକଙ୍କର ମଧ୍ୟ କ୍ଷତି ଘଟାଇ ପାରନ୍ତି । ଲୋଭି ଲୋକ ସବୁବେଳେ ନିଜର ସ୍ବାର୍ଥ ପାଇଁ ଅନ୍ୟ ମାନଙ୍କ ସହିତ ସମ୍ପର୍କ ରଖିଥାଏ ।