ଆଜିର ସମୟରେ ସ୍ମାର୍ଟ ଫୋନ୍ ବିନା ନିଜ ଜୀବନକୁ ଅନୁଭବ କରିବା ଅସମ୍ଭବ ଅଟେ । ଛୋଟ ବଡ ସମସ୍ତ କାମ ପାଇଁ ମୋବାଇଲ୍ ର ଆବଶ୍ୟକତା ପଡ଼ିଥାଏ । ବର୍ତ୍ତମାନ୍ ସପିଙ୍ଗ କରିବା, ଫୁଏଲ ପକାଇବା, ବ୍ୟାଙ୍କ୍ ର ଛୋଟ ଛୋଟ କାମ, ବିଭିନ୍ନ ମନୋରଞ୍ଜନ କରାଇ ଥାଉ । ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଏହି ସ୍ମାର୍ଟ ଫୋନ୍ ଶରୀର ପକ୍ଷରେ ଖୁବ୍ କ୍ଷତି କାରକ ହୋଇଥାଏ । ଗବେଷକ ମାନଙ୍କ ମତରେ ଆଜିକାଲି ଛୋଟ ପିଲାଙ୍କ ଠାରୁ ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ୍ ସହିତ ଚିପ୍କି କି ରହୁଛନ୍ତି , ଯାହା ଶରୀରରେ ଗମ୍ଭୀର ସମସ୍ୟା ର କାରଣ ହୋଇପାରେ ।
* ବଢିପାରେ ଷ୍ଟ୍ରେସ ସମସ୍ୟା – ଦୀର୍ଘ ସମୟ ଧରି ସ୍ମାର୍ଟ ଫୋନ୍ ବ୍ୟବହାର କରିବା ମାନସିକ ଚାପ ବଢାଇବାର କାରଣ ହୋଇଥାଏ । କାରଣ ଆମେ ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କଲେ ନିଦ୍ରା ହିନତାର ଶିକାର ହୋଇଥାଏ, ଯେଉଁ କାରଣରୁ ମାନସିକ ଚାପ ବୃଦ୍ଧି ହୋଇଥାଏ ।
* ହୋଇପାରେ ଗଣ୍ଠି ଯନ୍ତ୍ରଣା ର କାରଣ – ଆମେ ଯେ କୌଣସି ଜିନିଷକୁ ଯଦି ଅନେକ ସମୟ ଧରି ବ୍ୟବହାର କରିଥାଉ ତାର କିଛି ନା କିଛି ଖରାପ୍ ପ୍ରଭାବ ପଡିଥାଏ । ଗବେଷକ ମାନଙ୍କ ମତରେ ଦୀର୍ଘ ସମୟ ଧରି ସ୍ମାର୍ଟ ଫୋନ୍ ବ୍ୟବହାର କରିବା ଦ୍ଵାରା ଏହାର ଇଲେକ୍ଟ୍ରିାଲ ପାୱାର ଗଣ୍ଠି ଜନିତ ସମସ୍ୟା ର କାରଣ ହୋଇଥାଏ ।
* ଚର୍ମ ର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ –
ସ୍ମାର୍ଟ୍ ଫୋନ୍ ରେ ଥିବା ହାନି କାରକ କିରଣ ତ୍ଵଚାରେ ବିଭିନ୍ନ ସଂକ୍ରମଣ କରାଇ ଥାଏ ଯାହାଦ୍ଵାରା ଏହି କିରଣରେ ରୋଗ ର ବିଭିନ୍ନ ସମସ୍ୟା ଦେଖାଦିଏ । ଯେଉଁ କାରଣରୁ ସ୍କିନ ଇନ୍ଫେକ୍ସନ୍ ସମସ୍ୟା ରେ ପଡ଼ିଥାଉ । ତେଣୁ ଗବେଷକ ମାନଙ୍କ ମତରେ ଏହାକୁ ବହୁଳ ବ୍ୟବହାର କରିବାରୁ ଦୂରେଇ ରହିବା ଆବଶ୍ୟକ ।
* ଗମ୍ଭୀର ରୋଗର କାରଣ ଦେଖା ଦେଇଥାଏ-
ସ୍ମାର୍ଟ୍ ଫୋନ୍ କୁ ସାର୍ଟ ପକେଟ୍ ରେ ରଖିବାର ଅନେକ ଲୋକଙ୍କ ର ଅଭ୍ୟାସ ରହିଛି । କିନ୍ତୁ ଏଥିରେ ଥିବା ଏଲେକ୍ଟ୍ରୋ ଲାଇଟ୍ ର କ୍ଷତି କାରକ ରଶ୍ମି ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏପରିକି ହାର୍ଟ କୁ ପ୍ରଭାବିତ କରି ହାର୍ଟ ଆଟକ ର କାରଣ ମଧ୍ୟ ହୋଇଥାଏ ।