ଏମିତିରେ ସବୁ ଫଳ ଶରୀର ପକ୍ଷରେ ହିତକର ଅଟେ ।କିନ୍ତୁ କଦଳୀ ଗୋଟିଏ ଏପରି ଫଳ ଯାହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । କଦଳୀ ରେ ରହିଛି ପୋଟାସିୟମ , ଭିଟାମିନ ବି6 , ଭିଟାମିନ ସି , ମଗ୍ନେଶୀୟମ , କପର , ଫାଇବର ଓ କାର୍ପସ୍ ଇତ୍ୟାଦି ରହିଛି ।
* କଦଳୀ ପାଚନ ତନ୍ତ୍ର କୁ ଉନ୍ନତ କରିଥାଏ । ହୃତ ପିଣ୍ଡ ମଧ୍ୟ ସୁସ୍ଥ ରହିଥାଏ । କିନ୍ତୁ ରାତିରେ କଦଳୀ ଖାଇବା କେତେ ହିତକର ଜାଣିବା ।
* ଭଲ ନିଦ ଦେଇଥାଏ – ଯଦି ଆପଣ ଦିନରେ ଅଧିକ କାମ କରି ଥକି ଯାଇ ଥାଆନ୍ତି କିମ୍ବା ଦେହ ହାତ ଘୋଳା ବିନ୍ଧା ହେଉଚି ତେବେ ରାତିରେ ତୁରନ୍ତ ଗୋଟିଏ କଦଳୀ ଖାଇ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ର ଭଲ ନିଦ ହେବ ଓ ଆପଣ ଆରାମ ଅନୁଭବ କରିବେ । କଦଳୀ ରେ ପୋଟାସିୟମ ର ମାତ୍ରା ଅଧିକ ରହିଥାଏ ଯାହା ଆପଣଙ୍କ ମାଂସ ପେଶି କୁ ରୀଲାକ୍ସ କରିଥାଏ ।
* ରକ୍ତଚାପ ନିୟନ୍ତ୍ରଣ କରିଥାଏ – ଯଦି ଆପଣ ଉଚ୍ଚ ରକ୍ତଚାପ ର ରୋଗୀ ଅଟନ୍ତି ଓ ଆପଣ ନିଜର ଟେନ୍ସନ୍ କମ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରାତିରେ ଗୋଟିଏ ଲେଖାଏଁ କଦଳୀ ଖାଇ ସୁଅନ୍ତୁ । ଖୁବ୍ ଲାଭ ମିଳିବ ।
* ଏସିଡିଟି ରୁ ଆରାମ ମିଳିଥାଏ – ଅଧିକାଂଶ ସମୟ ରେ ରାତ୍ରି ଭୋଜନ ରେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡିଟି ହୋଇଥାଏ । ଆପଣ ଯଦି ରାତ୍ରି ଭୋଜନ ପରେ ଗୋଟିଏ କଦଳୀ ଖାଇବେ ତେବେ ଆପଣଙ୍କୁ ଅନେକ ଲାଭ ମିଳିବ ।
* ମିଠା ଖାଇବାର ଅଭ୍ୟାସ ମଧ୍ୟ ଦୂରେଇ ଯିବ – ଯଦି ଆପଣ ସେହି ଲୋକ ମାନଙ୍କ ମଧ୍ୟରେ ଯାଉଛନ୍ତି ଯେଉଁମାନେ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ରଖି ଥାଆନ୍ତି ତେବେ ଆପଣ ଖାଇ ସରିବା ପରେ ଗୋଟିଏ କଦଳୀ ଖାଇ ପାରିବେ ଯାହାଦ୍ଵାରା ମିଠା ଖାଇବାର ଅଭ୍ୟାସ ଦୂରେଇ ଯିବ ।