Odisha news

ନର୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ, ୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ।

0

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ସହ ମ.ରାମପୁର ଓ କର୍ଲାମୁଣ୍ଡା ବ୍ଳକରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ ହୋଇଛି। ଶାନ୍ତି ଶୃଙ୍ଖଳା ସହ ବୁଥଗୁଡିକରେ ଲମ୍ବା ଲାଇନରେ ଭୋଟରମାନେ ମତଦାନ କରିଛନ୍ତି। ନର୍ଲା ବ୍ଳକ ମାଣ୍ଡେଲ ଗ୍ରାମପଞ୍ଚାୟତର ୱ।ର୍ଡ ନଂ ୯ ଗଡପଡାବାସୀ ଭୋଟ ବର୍ଜନ କରିଛନ୍ତି। ସରକାରଙ୍କ ମୈ।ଳିକ ସୁବିଧା ରାସ୍ତା, ପାନୀୟ ଜଳ ଓ ଗୃହରୁ ବଞ୍ଚିତ ତିରିଶଟି ପରିବାରର ୭୦ ଜଣ ଭୋଟର ମତଦାନ କରି ନ ଥିବା ଏହି ପଡ଼ାର ଜଗନ୍ନାଥ ଦାସ, ରମାକାନ୍ତ ଗଉଡ, ଉମାକାନ୍ତ ପାତ୍ର ପ୍ରମୁଖ ଜଣାଇଛନ୍ତି। ନର୍ଲା ବ୍ଳକରେ ୩୨୩ଟି ବୁଥରେ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ୩୭୯ ଜଣ ୱ।ର୍ଡ ସଭ୍ୟ, ୯୦ ଜଣ ସରପଂଚ ପ୍ରାର୍ଥୀ, ୮୬ ଜଣ ସମିତି ସଦସ୍ୟ ସହ ନର୍ଲା ତିନି ଗୋଟି ଜିଲ୍ଲା ପରିଷଦ ଜୋନରୁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ମୈଦାନକୁ ଆସିଥିଲେ। ମୋଟ ୫୬୫ ଜଣ ପ୍ରାର୍ଥୀ, ପ୍ରାର୍ଥୀନୀଙ୍କ ଭାଗ୍ୟ ଭୋଟ ବାକ୍ସରେ ରହିଛି। ନର୍ଲା ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଶେଷ ହୋଇଛି।

Leave A Reply