Odisha news

ବର୍ତ୍ତମାନ ଆପଣ ବିନା ରେଜିଷ୍ଟର ମୋବାଇଲ ନମ୍ବର ରେ ମଧ୍ୟ ଆଧାର କାର୍ଡ ଡାଉନଲୋଡ଼ କରି ପାରିବେ, ଜାଣନ୍ତୁ କିପରି କରିବେ

0

ନୂଆଦିଲ୍ଲୀ : ଆଧାର କାର୍ଡ ପ୍ରତି ଭାରତୀୟଙ୍କ ମୁଖ୍ୟ ପରିଚୟ ଅଟେ l ଏହା ବ୍ୟାଙ୍କ ରେ ଖାତା ଖୋଲିବା,ବାହାନ ପଞ୍ଜିକରଣ କରିବା,ବ୍ୟାଙ୍କ ଲୋନ ସାଂକ୍ସନ, ଏବଂ ସମସ୍ତ ଅଫିସିଆଲ କାର୍ଯ୍ୟ ପାଇଁ ଜରୁରୀ ଅଟେ l ବର୍ତମାନ ଆଧାର ନାଗରିକ ମାନଙ୍କ ପରିଚୟ ହୋଇ ଯାଇଛି l ବର୍ତମାନ ଜାରି ହୋଇଥିବା ସୂଚନା ଅନୁସାରେ ଆଧାର କାର୍ଡ ଡାଉନଲୋଡ଼ କରିବା ପାଇଁ କୌଣସି ରେଜିଷ୍ଟର ମୋବାଇଲ ନମ୍ବର ଆବଶ୍ୟକତା ନାହିଁ l UIDAI ପକ୍ଷରୁ ଜାରି ହୋଇଥିବା ଘୋଷଣାରେ କୁହାଯାଇଛି ଯେ ଏହି ସୂଚନା ସେହି ଲୋକମାନଙ୍କ ପାଇଁ ଯେଉଁ ମାନଙ୍କର ରେଜିଷ୍ଟର ମୋବାଇଲ ନମ୍ବର ନାହିଁ l ଆସନ୍ତୁ ଆଜି ଜାଣିବା ବିନା ରେଜିଷ୍ଟର ମୋବାଇଲ ନମ୍ବର ରେ ଆପଣ ଆଧାର କାର୍ଡ କିପରି ଡାଉନଲୋଡ଼ କରିବେ l

– ଆପଣ ପ୍ରଥମେ UIDAI ର ଅଧିକାରିକ ୱେବସାଇଟ ରେ ମାଇଁ ଆଧାର ରେ କ୍ଲିକ କରନ୍ତୁ l

– ବର୍ତମାନ ଆପଣ ଅର୍ଡର ଆଧାର ପବିଶି କାର୍ଡ ଉପରେ କ୍ଲିକ କରନ୍ତୁ l

– ବର୍ତମାନ ଆପଣଙ୍କୁ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦର୍ଜ କରିବା ପାଇଁ କୁହାଯାଇ ଥିବ l

– ଏହି ପ୍ରକ୍ରିୟା ପରେ ଆପଣ ଦିଆ ଯାଇଥିବା ସିକ୍ୟୁରିଟି କୋଡ଼ କୁ ଦର୍ଜ କରନ୍ତୁ l

– ଏହାପରେ ମୋବାଇଲ ନମ୍ବର ପଂଜିକୃତ ହୋଇ ନଥିବାର ବିକଳ୍ପ ବାଛନ୍ତୁ l ବର୍ତମାନ ଆପଣ ନିଜର ମୋବାଇଲ ନମ୍ବର ଟାଇପ କରନ୍ତୁ l

-ଏହାପରେ ଆପଣଙ୍କୁ ସେଣ୍ଡ ଓଟିପି ଆପ୍ସନ ଦେଖାଯିବ l ସେଠାରେ କ୍ଲିକ କରନ୍ତୁ l

– ନମ୍ବର ରେ ଓଟିପି ଆସିବା ପରେ ତାହାକୁ ଦର୍ଜ କରନ୍ତୁ l ଏହାପରେ ନିୟମ ଚେକ ବକ୍ସ ଉପରେ କ୍ଲିକ କରନ୍ତୁ ଓ ସବମିଟ କରନ୍ତୁ l

– ବର୍ତମାନ ଗୋଟିଏ ନୂଆ ପେଜ ରେ ରୀ ଡାଇରେକ୍ଟ କରାଯିବ l

Leave A Reply