Odisha news

ବାସ୍ତୁ ଟିପ୍ସ : ଭୁଲ ରେ ମଧ୍ୟ ଏହିଦିଗ କୁ ମୁହଁ କରି ଭୋଜନ କରନ୍ତୁ ନାହିଁ, ହୋଇଥାଏ ଆୟୁ ହାନି

0

ବାସ୍ତୁ ଟିପ୍ସ କୁ ଆମ ହିନ୍ଦୁ ଧର୍ମରେ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ l ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ l ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ l ସେହିଭଳି ଏଠାରେ କେଉଁ ଦିଗକୁ ମୁହଁ କରି ଖାଇବା ଆବଶ୍ୟକ ସେହି ବିଷୟରେ କୁହା ଯାଇଛି, କାରଣ ଦିଗ ମାନଙ୍କର ସମ୍ପର୍କ ଦେବତା ମାନଙ୍କ ସହିତ ରହିଛି l

* ଯଦି ଆପଣ ଦକ୍ଷିଣ ଦିଗକୁ ମୁଖକରି ଭୋଜନ କରୁଛନ୍ତି ତେବେ ଏହା ଠିକ ନୁହେଁ l ଦକ୍ଷିଣ ଦିଗକୁ ମୁଖକରି ଭୋଜନ କଲେ ଆୟୁ ହ୍ରାସ ହୋଇଥାଏ l ଅନେକ ପ୍ରକାର ସମସ୍ୟା ଜୀବନରେ ଦେଖା ଦେଇଥାଏ l ଦକ୍ଷିଣ ଦିଗ ଯମ ଙ୍କ ଦିଗ ଅଟେ ଏହି ଦିଗକୁ ମୁଖକରି ଦୀପଦାନ କରିବା ଆବଶ୍ୟକ l

* ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ l ପୂର୍ବ ଦିଗଟି ସୂର୍ଯ୍ୟଙ୍କ ଦିଗ ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ l ପାଚନ ଶକ୍ତି ବୃଦ୍ଧି ହୋଇଥାଏ l ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ l

* ବିଶେଷ ଭାବରେ ଛାତ୍ର ଓ ପ୍ରତିଯୋଗୀଙ୍କ ପାଇଁ ଉତର ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ l ଏହି ଦିଗ ଟି ଧନ, ଜ୍ଞାନ, ଏବଂ ଆଧ୍ୟାତ୍ମିକ ଦିଗ ଅଟେ l ତେଣୁ ଏହା ଛାତ୍ର ମାନଙ୍କ ପାଇଁ ଶୁଭ ଦିଗ l

* ପଶ୍ଚିମ ଦିଗକୁ ଲାଭ ର ଦିଗ ବୋଲି କୁହାଯାଇ ଥାଏ l ଯେଉଁ ବ୍ୟକ୍ତିମାନେ ବ୍ୟବସାୟ କରୁଛନ୍ତି କିମ୍ବା ଚାକିରୀ କରୁଛନ୍ତି କିମ୍ବା କୌଣସି ଲେଖକ ଭଳି କାର୍ଯ୍ୟରତ ତାଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଆବଶ୍ୟକ l

Leave A Reply