ଫୁସଫୁସ୍ ଯଦି ଅସୁସ୍ଥ ହୋଇଯାଏ ତେବେ ଶରୀରକୁ ଠିକ୍ ଭାବରେ ଅକ୍ସିଯେନ୍ ମିଳିପାରି ନାହିଁ । କରୋନା ସମୟରେ ଫୁସଫୁସ୍ ର ଯତ୍ନ ନେବା ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । କାରଣ କରୋନା ଭୁତାଣୁ ସବୁଠୁ ଅଧିକ ଫୁସଫୁସ୍ କୁ ସଂକ୍ରମିତ କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଫୁସଫୁସ୍ ସଂକ୍ରମିତ ହେବା ଦ୍ଵାରା ସଙ୍କୁଚିତ ହୋଇଯାଏ ଓ ଶ୍ଵାସ ପ୍ରକ୍ରିୟା ରେ ଅସୁବିଧା ହୋଇଥାଏ ।
କଣ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ –
ଗବେଷକ ମାନଙ୍କ ମତରେ ଯଦି ଫୁସଫୁସ୍ ସୁସ୍ଥ ରଖିବା ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ନିହାତି ଆବଶ୍ୟକ । କିନ୍ତୁ ଆମ ଦୈନନ୍ଦିନ ଭୋଜନରେ ମଧ୍ୟ କିଛିଟା ଏପରି ଖାଦ୍ୟ ରହିଛି ଯାହା ଆମ ଫୁସଫୁସ୍ କୁ ଅସୁସ୍ଥ କରିଥାଏ ।
ଖାଦ୍ୟ ଗୁଡ଼ିକ କଣ ?
* ଲୁଣ – ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଲୁଣ ଶରୀର ପାଇଁ ଆବଶ୍ୟକ । କିନ୍ତୁ ଏହା କୁ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ । ଯଦି ଆମେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ତେବେ ଏହା ଫୁସଫୁସ୍ ପାଇଁ କ୍ଷତି କରିଥାଏ ।
* ଚିନି ମିଶ୍ରିତ ଡ୍ରିଙ୍କ- ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଚିନି ମିଶ୍ରିତ ବିଭିନ୍ନ ପାନୀୟ ଓ କୋଲ୍ଟ ଡ୍ରିଙ୍କ ଫୁସଫୁସ୍ ପାଇଁ କ୍ଷତି କାରକ । ଏହା ବ୍ରୋଙ୍କାଇଟିସ ସମସ୍ୟା ସୃଷ୍ଟି କରିଥାଏ ।
* ପ୍ରୋସେସଡ୍ ମିଟ୍- ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ପ୍ରୋସେସଡ୍ ମିଟ ଶରୀର ପାଇଁ କ୍ଷତିକାରକ ଅଟେ । ଏଥିରେ ନାଇଟ୍ରାଇଟ୍ ନାମକ କେମିକାଲ ମିଶା ଯାଇଥାଏ ଯାହା ଫୁସଫୁସ୍ ପାଇଁ କ୍ଷତି କାରକ । ଏହା ଶରୀର କୁ ନିଷ୍କ୍ରିୟ କରିଥାଏ ।
* ଡାଏରୀ ପ୍ରଡକ୍ଟ – ଡାଏରୀ ପ୍ରଡକ୍ଟ ଶରୀର ପାଇଁ ଖୁବ୍ କ୍ଷତି କାରକ । ଏହାକୁ ଅଧିକ ସେବନ କରିବା ଏହା ଫୁସଫୁସ୍ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ ।
* ଅଧିକ ମଦ୍ୟ ପାନ – ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଅଧିକ ମଦ୍ୟ ପାନ ଶରୀର ସହିତ ଫୁସଫୁସ୍ ପାଇଁ କ୍ଷତି କାରକ । ଏଥିରେ ଥିବା ସଲ୍ଫାଇଟ ଆସ୍ଥାମା ଲକ୍ଷଣ କୁ ବୃଦ୍ଧି କରିଥାଏ । ମଦ ରେ ଥିବା ଇଥେନଲ ଫୁସଫୁସ୍ ପାଇଁ କ୍ଷତି କାରକ । ତେଣୁ ମଦ ପିଇବା ଉଚିତ୍ ନୁହେଁ ।