Odisha news

ପୂଲବାମା ଆକ୍ରମଣକୁ ବାବ୍ରି ମସଜିଦ ବିଧ୍ୱଂଶ ର ପ୍ରତିଶୋଧ କହି ଗିରଫ ହେଲେ ନାବାଳକ କାଶ୍ମୀରୀ ଛାତ୍ର

0
ନୂଆଦିଲ୍ଲୀ : ପୂଲବାମା ଆକ୍ରମଣ ର ତୃତୀୟ ବର୍ଷ ପୂରଣ ଅବସର ରେ ଆପତି ଜନକ ପୋଷ୍ଟ ପାଇଁ ଜଣେ କାଶ୍ମୀରୀ ଛାତ୍ର ଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି । ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ନାବାଳକ ଛାତ୍ର ଜଣଙ୍କ ନିଜର ହ୍ବାଟ୍ସ୍ ଆପ ଓ ଇନ୍ଷ୍ଟା ଗ୍ରାମ ରେ ପୂଲବାମା ଆକ୍ରମଣ କୁ ବାବ୍ରୀ ମସଜିଦ ବିଧ୍ଵଂଶ ର ପ୍ରତିଶୋଧ ବୋଲି ଦର୍ଶାଇ ଥିଲେ ।
ଏହି ଘଟଣାଟି ମଧ୍ୟପ୍ରଦେଶ ର ନିମଚି ର ଅଟେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ଛାତ୍ର ଜଣଙ୍କ ନିମାଚି ରେ ବି କମ ର ଛାତ୍ର ଅଟନ୍ତି । ସେ କାଶ୍ମୀରୀ ଛାତ୍ର ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ର ସ୍କଲାର୍ଶିପ ଅନୁସାରେ ଏଠାରେ ଆଡ଼ମିଶନ ନେଇଛନ୍ତି । ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଛାତ୍ର ଜଣଙ୍କ ନିଜର ହ୍ବାଟ୍ସ୍ ଆପ ଓ ଇନଷ୍ଟା ଗ୍ରାମ ରେ
ପୂଲବାମା ଆକ୍ରମଣ ର ଫଟୋ ଦେଇ ଲେଖିଥିଲେ ଯେ ବାବ୍ରୀ ବିଧ୍ୱଂସ ର ପ୍ରତିଶୋଧ । ଏହା ଜଣାପଡିବା ପରେ କଲେଜ ପ୍ରଶାସନ ପକ୍ଷରୁ ପୋଲିସ କୁ ସୂଚନା ଦିଆ ଯାଇଥିଲା ।
ପୋଲିସ ପକ୍ଷରୁ ଛାତ୍ର ଜଣଙ୍କୁ ଗିରଫ କରାଯିବା ପରେ ତାଙ୍କର ଫୋନ୍ ଓ ଲାପଟପ୍ ସିଜ୍ କରିଥିଲେ । ଛାତ୍ରଙ୍କ ବିରୁଦ୍ଧରେ ଉପଯୁକ୍ତ ମାମଲା ଦାଏର ହୋଇଛି । ଘଟଣା କୁ ନେଇ ଯାଞ୍ଚ ହେବାରୁ ଘଟଣାଟି ସତ୍ୟ ବୋଲି ଜଣା ପଡିଥିଲା ।
Leave A Reply