Odisha news

ଏପରି ପ୍ରେମ ବିରଳ : ଦୀର୍ଘ ୩୨ ବର୍ଷ ହେଲାଣି ନିଜ ପତ୍ନୀଙ୍କ ଅସ୍ଥି କଳସ କୁ ଧରି ରହିଛନ୍ତି ୯୦ ବର୍ଷୀୟ ବୃଦ୍ଧ

0
ନୂଆଦିଲ୍ଲୀ : ଫେବୃଆରୀ ୧୪ ତାରିଖ ଦିନ ଯେଉଁଠି ସାରା ଦୁନିଆ ଭାଲେଣ୍ଟାଇନ ଡେ ପାଳନ କରୁଥିଲା ସେଠାରେ ବିହାର ର ସିମଞ୍ଚଳ ଜିଲ୍ଲା ର ୯୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଙ୍କ ମୃତ୍ୟୁ ର ୩୨ ବର୍ଷ ପରେ ନିଜର ଅତୁଟ ପ୍ରେମ ଦେଖାଇ ସମସ୍ତଙ୍କ ମନ କିଣି ପାରିଛନ୍ତି । ଦୀର୍ଘ ୩୨ ବର୍ଷ ଧରି ନିଜର ପତ୍ନୀ ଙ୍କ ଅସ୍ଥି କଳସ ସହିତ ରହୁଛନ୍ତି ଭୋଳା ନାଥ । ଏହା ସହିତ ସେ ନିଜର ପରିବାର ସଦସ୍ୟ ଙ୍କୁ ଅନୁରୋଧ କରିଛନ୍ତି ଯେ ଯେତେବେଳେ ତାଙ୍କର ମୃତ୍ୟୁ ହେବ ତାଙ୍କ ସହିତ ତାଙ୍କ ପତ୍ନୀ ଙ୍କ ଅସ୍ଥି କଳସ ର ମଧ୍ୟ ଅନ୍ତିମ ସତ୍କାର କରାଯିବ ।
ସେ ଏହି ଅସ୍ଥି କଳସ କୁ ବର୍ତ୍ତମାନ୍ ଗୋଟିଏ ଆମ୍ବ ଗଛ ଡ଼ାଳ ରେ ଲଟକାଇ ରଖିଛନ୍ତି । ଭୋଳା ନାଥ ଙ୍କ ଉପରେ ପୁସ୍ତକ ଲେଖୁଥିବା ପୂର୍ଣିୟା ର ସାହିତ୍ୟ କାର ରାମ୍ ନରେଶ କହିଛନ୍ତି ସେ ସଚା ପ୍ରେମ ର ପ୍ରତୀକ ଅଟନ୍ତି । ଯାହା ଆଜିକାଲି ଖୁବ୍ କମ୍ ଦେଖିବାକୁ ମିଳୁଛି । ତାଙ୍କ ପତ୍ନୀ ପଦ୍ମା ରାଣୀ ଙ୍କ ର ୩୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ଯାଇଛି । ସେ ନିଜ ପତ୍ନୀ ଙ୍କ ଅସ୍ଥି ରେ ପ୍ରତିଦିନ ଗୋଲାପ ଅର୍ପଣ କରନ୍ତି ଓ ତାଙ୍କୁ ପ୍ରଥାନା କରନ୍ତି । ସେ ଦୀର୍ଘ ଏତେଦିନ ନିଜ ସ୍ତ୍ରୀ ଙ୍କ ନିକଟରୁ ଅଲଗା ରହି ମଧ୍ୟ ଏମିତି ଗୋଟିଏ ଦିନ ଯାଉ ନାହିଁ ଜେବେକି ସେ ତାଙ୍କ ପତ୍ନୀ ଙ୍କୁ ମନେ ପକାଉ ନାହାନ୍ତି ।
Leave A Reply