Odisha news

ବେଲ ପତ୍ର ଛିଡା଼ଇ ମହାଦେବଙ୍କୁ ଅର୍ପଣ କରିବାର ସଠିକ ନିୟମ

0

ହିନ୍ଦୁ ଧର୍ମରେ ମହାଦେବ ଙ୍କୁ ସମସ୍ତେ ପ୍ରାୟ ଶ୍ରେଷ୍ଠ ଦେବତା ଭାବରେ ପୂଜା କରି ଥାଆନ୍ତି l ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଲପତ୍ର ଅର୍ପଣ କରାଯାଇ ଥାଏ l ତା ସହିତ ମହାଦେବଙ୍କ କୃପା ଲାଭ କରିବା ପାଇଁ ଆମେ ଅରଖ ଫୁଲ, ଧୁଦୁରା ଫୁଲ ଇତ୍ୟାଦି ଅର୍ପଣ କରିଥାଉ l ବେଲ ପତ୍ରକୁ ସଂସ୍କୃତରେ ବିଲ୍ଵ ପତ୍ର ମଧ୍ୟ କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ମହାଦେବ ଙ୍କୁ ବେଲପତ୍ର ଅର୍ପଣ କଲେ ଶୀତଳତା ପ୍ରାପ୍ତି ହୋଇଥାଏ l ଆମ ସନାତନ ଧର୍ମ ଓ ଶାସ୍ତ୍ରରେ ବେଲପତ୍ର ଛିଡ଼ାଇବାର କିଛିଟା ନିୟମ ରହିଛି l ଆସନ୍ତୁ ଆଜି ଜାଣିବା ବେଲପତ୍ର ଛିଡ଼ାଇବାର କଣ ନିୟମ ରହିଛି l

– ମାନ୍ୟତା ଅନୁସାରେ ଚତୁର୍ଥୀ,ଅଷ୍ଟମୀ,ନବମୀ,ଚତୁର୍ଦଶୀ ଓ ଅମାବାସ୍ୟା ତିଥି,ସଂକ୍ରାନ୍ତି ଓ ସୋମବାର ଦିନ ବେଲପତ୍ର ଛିଡ଼ାଇବା ଉଚିତ ନୁହେଁ l ସେଥିପାଇଁ ଏହି ଦିନ ଗୁଡିକ ପୂର୍ବରୁ ଛିଡା ଯାଇଥିବା ବେଲପତ୍ର ଭଗବାନ ଙ୍କୁ ଅର୍ପଣ କରିବା ଖୁବ ଶୁଭ ଅଟେ l

– ବେଲପତ୍ର କୁ ନେଇ ଶାସ୍ତ୍ରରେ ଉଲେଖ ରହିଛି ଯେ ଯଦି ନୂଆ ବେଲପତ୍ର ମିଳିବ ନାହିଁ , ତେବେ ପୂର୍ବଦିନର ଚଢା ଯାଇଥିବା ବେଲପତ୍ର କୁ ପୁନର୍ବାର ଚନ୍ଦନ ଛିଂଚି ମହାଦେବଙ୍କୁ ଦେଇ ପାରିବେ l

– ସନ୍ଧ୍ୟା ସମୟରେ କୌଣସି ବେଲପତ୍ର ବୃକ୍ଷକୁ ହାତ ଲଗାଇବା ଉଚିତ ନୁହେଁ l ବେଲପତ୍ର ତୋଳିବା ସମୟରେ ଡାଳ ଭାଙ୍ଗିବା ଉଚିତ ନୁହେଁ , ବେଲଗଛ ର ଡାଳ ଭାଙ୍ଗିବା ଅଶୁଭ ହୋଇଥାଏ l

– ବେଲପତ୍ର ତୋଳିବା ସମୟରେ ଓଁ ନମଃ ଶିବାୟ ସହିତ ପ୍ରଣାମ କରିବା ଉଚିତ l

– ଭଗବାନ ଶିବଙ୍କୁ ବେଲପତ୍ର ସର୍ବଦା ଓଲଟା ଅର୍ପଣ କରିବା ଆବଶ୍ୟକ l ଯେପରିକି ପତ୍ରର ଚିକଣ ଅଂଶ ଲିଙ୍ଗ ଉପରେ ରହିବ l ଯଦି ଆପଣ ବେଲପତ୍ର ନ ପାଉଛନ୍ତି ତେବେ ବେଲ ବୃକ୍ଷର ଦର୍ଶନ କରନ୍ତୁ l

Leave A Reply