Odisha news

ଆଜି ହେଉଛି ମାଘ ପୂର୍ଣ୍ଣମୀ : ମାଘ ପୂର୍ଣ୍ଣିମା ଦିନ ଏହିସବୁ ଉପାୟ ଆପଣାନ୍ତୁ , ପାଆନ୍ତୁ ମାତା ଲକ୍ଷ୍ମୀଙ୍କ କୃପା ଓ ଚମକାନ୍ତୁ ଆପଣଙ୍କ ଭାଗ୍ୟ

0

ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ କୌଣସି ମାସର ପୂର୍ଣ୍ଣମୀ ହେଉଛି ସେହି ମାସର ଶେଷ ଦିନ l ଚଳିତ ମାସ ୧୬ ତାରିଖ ଦିନଟି ମାଘ ମାସର ଶେଷଦିନ , ଏହିଦିନ ମାଘ ପୂର୍ଣ୍ଣିମା ଅଟେ l ମାନ୍ୟତା ରହିଛି ଯେ ଏହିଦିନ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ଭରି ଯାଇଥାଏ l କାରଣ ପୂର୍ଣ୍ଣମୀ ଦିନଟି ଲକ୍ଷ୍ମୀ ଙ୍କ ର ପ୍ରିୟ ଦିନ ଅଟେ l ଏହିଦିନ ସ୍ନାନ,ଦାନ,ଓ ଲକ୍ଷ୍ମୀ ପୂଜନ ର ଖୁବ ମହତ୍ୱ ରହିଥାଏ l ଆସନ୍ତୁ ଜାଣିବା ଗୋଟିଏ ସୁଖୀ ପାରିବାରିକ ଜୀବନ ପାଇଁ କିପରି ଉପାୟ କରିବା ଉଚିତ l

* ଧନ ପ୍ରାପ୍ତି ପାଇଁ – ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁର୍ଣ୍ଣିମା ଦିନର ବିଶେଷ ମହତ୍ୱ ରହିଥାଏ l ଏହିଦିନ ସ୍ପଟିକ ମାଳି ଜପିବା ଖୁବ ଶୁଭ ଅଟେ l ଏହି ମାଳି ଟିକୁ ଧରି ଆପଣ ” ପଦ୍ମାସନେ ପଦ୍ମ ପଦ୍ମାକ୍ଷି ପଦ୍ମ ସମ୍ଭଵଃଏ ତନମେ ଭଜାସି ପଦ୍ମାକ୍ଷ୍ମୀ ୟେନଂ ସୁଖଂ ଲଭାମ୍ୟହଂ ” ମନ୍ତ୍ରକୁ ଜପ କରନ୍ତୁ l ତେବେ ଋଣ ମୁକ୍ତି ମିଳିବ l

* ସଫଳତା ପାଇବା ପାଇଁ – ନିଜର ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବା ପାଇଁ ମା ଲକ୍ଷ୍ମୀଙ୍କ ନିକଟରେ ଦୁଗ୍ଧର ଅର୍ଘ୍ୟ ଅର୍ପଣ କରନ୍ତୁ ଓ ଚାଉଳ ରେ ପ୍ରସ୍ତୁତ କ୍ଷୀରି ପ୍ରସ୍ତୁତ କରି ପ୍ରସାଦ ଲଗାନ୍ତୁ l

* ଆର୍ଥିକ ସଙ୍କଟ ରୁ ମୁକ୍ତି ପାଇଁ – ମାଘ ପୂର୍ଣ୍ଣମୀ ଦିନ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ପ୍ରାତଃ କାଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ମୂର୍ତ୍ତିକୁ ଦୂବଘାସ ଓ ପଦ୍ମ ସମର୍ପଣ କରନ୍ତୁ l ଏହାପରେ ପ୍ରସାଦ ଲଗା ଯାଇଥିବା ଜିନିଷକୁ ନେଇ ସମସ୍ତଙ୍କୁ ବାଣ୍ଟନ୍ତୁ l ଘରର ମୁଖ୍ୟ ଦ୍ୱାରରେ ମାଘ ପୂର୍ଣ୍ଣମୀ ଦିନ କଳସ ସ୍ଥାପନା କରିବା ପାଇଁ ଭୁଲିବେ ନାହିଁ l

* ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ – ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ମାଘ ମାସ ପୂର୍ଣ୍ଣିମା  ଦିନ ୧୦୮ ଥର “ଓଂ ଲଖ୍ମୈ ନମଃ ” ମନ୍ତ୍ର ଜପ କରନ୍ତୁ l ଏହାପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ l

* ବ୍ୟବସାୟରେ ଉନ୍ନତି ପାଇଁ – ମାଘ ମାସ ପୂର୍ଣ୍ଣମୀ ଦିନ ନିଜ ପ୍ରତିଷ୍ଠାନ କିମ୍ବା ଅଫିସ ରେ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ମୂର୍ତି ସ୍ଥାପନା କରନ୍ତୁ l ଏହି ମୂର୍ତି ବା ଫଟୋ ର ମୁହଁ ପୂର୍ବ ଦିଗକୁ ରହିବା ଉଚିତ l ଏହାପରେ ଘିଅ ଦୀପ ଜଳାଇ ବିଷ୍ନୁ ସହସ୍ର ନାମ ପାଠ କରନ୍ତୁ ଓ ସନ୍ଧ୍ୟାରେ ମହାଲକ୍ଷ୍ମୀ ମନ୍ତ୍ର ପାଠ କରନ୍ତୁ l

Leave A Reply