Odisha news

ଏହି ୬ଟି ଧଳା ଜିନିଷ ଠାରୁ ଦୁରେଇ ରହିବା ଆବଶ୍ୟକ ମଧୁମେହ ରୋଗୀ ନଚେତ ହୋଇପାରେ ବିପଦ ଜନକ

0

ମଧୁମେହ ଗୋଟିଏ ଏପରି ରୋଗ ଯାହା ଅନେକ ଗୁଡିଏ ରୋଗର କାରଣ ହୋଇଥାଏ l ମଧୁମେହ ରୋଗୀଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ l କେବଳ ଏହାକୁ ଗୋଟିଏ ହେଲଦି ଡାଏଟ ଦ୍ୱାରା ନିୟନ୍ତ୍ରିତ କରିହେବ l ଆମକୁ ଅଲଗା ଅଲଗା ଖାଦ୍ୟରୁ ଅଲଗା ଅଲଗା ପୋଷାକ ତତ୍ୱ ମିଳିଥାଏ l ମଧୁମେହ ରୋଗୀଙ୍କୁ ଉପଯୁକ୍ତ ପରିମାଣରେ ପ୍ରୋଟିନ, ମିନେରାଲସ,ଭିଟାମିନ ଓ ଅନ୍ୟାନ୍ୟ ପୋଷାକ ତତ୍ୱ ଆବଶ୍ୟକ l କିନ୍ତୁ ଯେତେବେଳେ କାର୍ବସ୍ କଥା କୁହାଯାଇ ଥାଏ ସେତେବେଳେ ମଧୁମେହ ରୋଗୀଙ୍କୁ କମ ସେବନ କରିବାକୁ ପରାମର୍ଶ ଦିଆ ଯାଇଥାଏ l

ବିଶେଷ ଭାବରେ ୩ଟି ମୁଖ୍ୟ କାର୍ବୋହାଇଡ୍ରେଟ ରହିଥାଏ , ଷ୍ଟାର୍ଚ୍ଚ, ସୁଗାର ଓ ଫାଇବର l ଷ୍ଟାର୍ଚ୍ଚ ଓ ସୁଗାର ମଧୁମେହ ରୋଗୀଙ୍କ ପାଇଁ ବଡ ସମସ୍ୟା ଅଟେ l କାହିଁକି ନା ଶରୀର ରେ ଏହା ଗ୍ଲୁକୋଜ ରେ ପରିଣତ ହୋଇଥାଏ l ପ୍ରତିଦିନ ଖିଆ ଜଉଥିବା କିଛିଟା ଏପରି ଧଳା ଜିନିଷ ରହିଛି ଯେଉଁଥିରେ ଷ୍ଟାର୍ଚ୍ଚ,ସୁଗାର,କାର୍ବସ୍ ରହିଥାଏ ଯାହାକୁ ଖାଇବା ଦ୍ୱାରା ସୁଗାର ସ୍ତର ବଢି ଯାଇଥାଏ l

* ପାସ୍ତା – ପାସ୍ତା ଖାଉଥିବା ବ୍ୟକ୍ତି ମାନେ ଜାଣି ରଖିବା ଆବଶ୍ୟକ ଯେ ପାସ୍ତା ସସ ରେ ଅନେକ ପରିମାଣରେ କାର୍ବୋହାଇଡ୍ରେଟ ଭରି ରହିଥାଏ l ଏହା ମଇଦାରେ ପ୍ରସ୍ତୁତ ହୋଇଥାଏ ଯେଉଁ କାରଣରୁ ସୁଗାର ସ୍ତର ବୃଦ୍ଧି ପାଇଥାଏ ଓ ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ l

* ଆଳୁ – ଆଳୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି l ଆଳୁ ରେ ପାଖାପାଖି ୯୮ ପ୍ରତିଶତ କାର୍ବୋହାଇଡ୍ରେଟ ରହିଥାଏ l ଏଥିରେ ଥିବା ଗ୍ଲିସେମିକ ଇଣ୍ଡେକ୍ସ ମଧୁମେହ ରୋଗୀଙ୍କ ପାଇଁ ଠିକ ନୁହେଁ l

* ମଇଦା – ଏଥିରେ ସବୁଠୁ ଅଧିକ ପରିମାଣରେ ଷ୍ଟାର୍ଚ୍ଚ ରହିଥାଏ l ଭିଟାମିନ, ମିନେରାଲସ,ଫାଇବର ଖୁବ କମ ପରିମାଣରେ ରହିଥାଏ l ମଇଦାରେ ପ୍ରସ୍ତୁତ ଜିନିଷ ମଧୁମେହ ରୋଗୀଙ୍କ ପାଇଁ ଖୁବ କ୍ଷତିକାରକ l

* ଚିନି – ଚିନିରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଦ୍ୱାରା ଅଧିକାଂଶ ସୁଗାର ଓ ଖରାପ କାର୍ବୋହାଇଡ୍ରେଟ ରହିଥାଏ l ଏହାଦ୍ୱାରା ରକ୍ତ ଶର୍କରା ବୃଦ୍ଧି ପାଇଥାଏ l ଚିନି ଓଜନ ବୃଦ୍ଧି,ହୃଦ ଘାତ ର କାରଣ ହୋଇଥାଏ l

* ଭାତ – ବ୍ରିଟିଶ ମେଡିକାଲ ର ଗୋଟିଏ ଅଧ୍ୟୟନ ଅନୁସାରେ ଅରୁଆ ଚାଉଳ ଖାଇବା ଦ୍ୱାରା ଟାଇପ 2 ମଧୁମେହ ହେବାର ଆଶଙ୍କା ରହିଥାଏ l ଯଦି ଆପଣ ପ୍ରି ଡ଼ାଈବିଟିଜ ସମସ୍ୟାରେ ପୀଡିତ ତେବେ ଭାତ ଖାଇବା କୁ ନେଇ ପ୍ରଥମେ ବିଚାର କରିବା ଆବଶ୍ୟକ l

Leave A Reply